ଦୀର୍ଘ ସମୟ ଧରି ମୋବାଇଲ ବ୍ୟବହାର କରୁଥିଲେ ସାବଧାନ! ହୋଇପାରନ୍ତି କର୍କଟ ରୋଗର ଶିକାର, ଜାଣନ୍ତୁ ପୂରା ଖବର

 

ବର୍ତ୍ତମାନ ସମୟରେ ମୋବାଇଲ ଫୋନ ମଣିଷ ପାଇଁ ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି। କାହାକୁ କଲ୍ କରିବା ଠାରୁ ଆରମ୍ଭ କରି ଇଣ୍ଟରନେଟ ବ୍ୟବହାର କରିବା ପର୍ଯ୍ୟନ୍ତ ମୋବାଇଲ ସବୁଥିପାଇଁ ଦରକାର ହୋଇଥାଏ। ତେବେ, କଣ ଆପଣ ଜାଣନ୍ତି କି ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ଶରୀର ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଏପରିକି ଏହା କର୍କଟ ଭଳି ଭୟଙ୍କର ରୋଗକୁ ମଧ୍ୟ ଡାକି ଆଣିପାରେ।

ମଣିଷଙ୍କ ଠାରେ ଚର୍ମ କର୍କଟ, ସ୍ତନ କର୍କଟ, ରକ୍ତ କର୍କଟ ଭଳି ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। କର୍କଟ ଦ୍ୱାରା ଆକ୍ରାନ୍ତ ହୋଇଥିବା ଲୋକଙ୍କର ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ମାଂସପେଶୀ ଅହେତୁକ ବଢିବାକୁ ଲାଗିଥାଏ। ଶୀଘ୍ର ଚିହ୍ନଟ ହୋଇପାରିଲେ କର୍କଟର ଚିକିତ୍ସା ହୋଇପାରିବ। ତେବେ, ଖରାପ ଜୀବନଶୈଳୀ ହିଁ କର୍କଟ ହେବାର ଆଶଙ୍କାକୁ ଅଧିକ ବଢ଼ାଉଥିବା ବୈଜ୍ଞାନିକମାନେ ମତ ଦେଇଛନ୍ତି।

ଯେଉଁ ବ୍ୟକ୍ତି ଯେତେ ଅଧିକ ସମୟ ମୋବାଇଲ ଫୋନ କିମ୍ବା ଲ୍ୟାପଟପ ବ୍ୟବହାର କରିଥାନ୍ତି। ସେମାନଙ୍କ ଠାରେ କର୍କଟ ହେବାର ସେତେ ଅଧିକ ସମ୍ଭାବନା ରହିଥାଏ। ମୋବାଇଲ ଫୋନ ଦ୍ୱାରା ନିର୍ଗତ ହେଉଥିବା ରେଡ଼ିଓ ଫ୍ରିକ୍ୟୁଏନ୍ସି ଶକ୍ତି ହିଁ କର୍କଟ ରୋଗ ହେବାର ସମ୍ଭାବନା ବଢ଼ାଇ ଦେଇଥାଏ। ଖାସ୍ କରି ଚାର୍ଜରରେ ଲଗାଇ ଏହି ଉପକରଣ ଗୁଡିକ ବ୍ୟବହାର କରିଲେ କର୍କଟ ହେବାର ଆଶଙ୍କା ସବୁଠାରୁ ଅଧିକ ରହିଥାଏ।