ଯଦି ଆପଣଙ୍କର ପେଟରେ ଏହି ୪ଟି ସାଧାରଣ ଲକ୍ଷଣ ଦେଖାଯାଉଛି ତେବେ କେବେବି ଅଣଦେଖା କରନ୍ତୁ ନାହିଁ, ହୋଇପାରେ କ୍ୟାନ୍ସର

 

ପୂର୍ବ ଅପେକ୍ଷା କ୍ୟାନ୍ସର ଦ୍ୱାରା ପୀଡିତ ହୋଇଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଖାସ୍ କରି ମହିଳା ମାନଙ୍କ ଠାରେ ବ୍ରେଷ୍ଟ ଓ ଓଭାରିଆନ କ୍ୟାନସରର ମାମଲା ଅଧିକ ଦେଖିବାକୁ ମିଳୁଛି। ଖାସ୍ କରି ଅଧିକାଂଶ ମହିଳା ପେଟ ଜନିତ ସମସ୍ୟା ଗୁଡିକୁ ଅଣଦେଖା କରୁଥିବାରୁ ପରବର୍ତ୍ତୀ ସମୟରେ ଓଭାରିଆନ କ୍ୟାନ୍ସର ସାଙ୍ଘାତିକ ରୂପ ନେଉଛି।

ଏକ ସର୍ଭେ ରିପୋର୍ଟ ଅନୁଯାଇ ଅତିକମରେ ଦୁଇ ତୃତୀୟାଂଶ ମହିଳା ପେଟ ଯନ୍ତ୍ରଣା,ପେଟ ପୁରି ରହିବା ଓ ବାରମ୍ବାର ପରିସ୍ରା ଲାଗିବା ଭଳି ଲକ୍ଷଣକୁ ଅଣଦେଖା କରିଥାନ୍ତି। ଏହି ସବୁ ଲକ୍ଷଣକୁ ସାଧାରଣ ପେଟ ଜନିତ ସମସ୍ୟା ଭାବି ମହିଳାମାନେ ଅଣଦେଖା କରୁଥିଲେ ହେଁ ପରବର୍ତ୍ତୀ ସମୟରେ ଏହା କ୍ୟାନ୍ସର ବୋଲି ଜଣାପଡୁଛି।

୧୦୦୦ ମହିଳାଙ୍କ ଏକ ସର୍ବେକ୍ଷଣ ଅନୁଯାଇ ରକ୍ତସ୍ରାବ ଏକ ଟ୍ୟୁମରର ସଂକେତ ହୋଇପାରେ ବୋଲି ପାଞ୍ଚ ଜଣଙ୍କ ମଧ୍ୟରେ ମାତ୍ର ଜଣଙ୍କୁ ଜଣାଥିଲା। ୯୯% ଲୋକେ ପରିସ୍ରାର ଲକ୍ଷଣ ଗୁଡିକୁ ଅଣଦେଖା କରୁଥିବା ବେଳେ ୯୭% ଲୋକେ ଓଭାରିଆନ କ୍ଯାନ୍ସରର ବଡ଼ ଲକ୍ଷଣ ହୋଇଥାଏ ବୋଲି ଭାବନ୍ତି। ତେଣୁ ପେଟରେ ଏଭଳି କିଛି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ କୁହାଯାଇଛି।