ଏସି ବ୍ୟବହାର କରିବାର ଅଭ୍ୟାସ ରହିଛି କି? ସାବଧାନ, ଏହାଦ୍ୱାରା ହୋଇପାରନ୍ତି ଏହି ୬ଟି ରୋଗର ଶିକାର

 

ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମଋତୁର ଆଗମନ ହୋଇଛି। ମୁଣ୍ଡଫଟା ଖରା ସାଙ୍ଗକୁ ବଢୁଥିବା ତାପମାତ୍ରା ମଣିଷର ଜୀବନକୁ ବ୍ୟତିବ୍ୟସ୍ତ କରି ପକାଇଛି। ଏଭଳି ପରିସ୍ଥିତିରେ ଲୋକେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ତଥା ଏସି ବ୍ୟବହାର କରିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ମଣିଷର ଏହି ଆବଶ୍ୟକତା ଏବେ ଅଭ୍ୟାସରେ ପରିଣତ ହୋଇ ସାରିଲାଣି। ତେବେ, ଅଧିକ ସମୟ ଧରି ଏସି ଆଗରେ ବସି ରହିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ।

୧. ଦୀର୍ଘ ସମୟ ଧରି ଏସିର ଥଣ୍ଡା ପବନ ତଳେ ବସି ରହିବା ଦ୍ୱାରା ଆପଣ ଥଣ୍ଡା, ଜ୍ୱରର ଶିକାର ହୋଇପାରନ୍ତି। ଖାସ କରି ବାହାରେ ତାପମାତ୍ରା ଅଧିକ ରହିଥିଲେ ଏସି ପବନ ଦ୍ୱାରା ଆମ ଶରୀର ଅଧିକ କ୍ଷତିଗ୍ରସ୍ତ ହୋଇଥାଏ।

୨. ଦୀର୍ଘ ଦିନ ଧରି ଏସି ବ୍ୟବହାର କରିବା ଦ୍ୱାରା ମଣିଷ ଆଣ୍ଠୁ ଗଣ୍ଠି ବିନ୍ଧା ଏବଂ ମାଂସପେଶୀ ଯନ୍ତ୍ରଣାର ଶିକାର ହୋଇପାରେ।

୩. ଏସି ବ୍ୟବହାର କରିବା ଦ୍ୱାରା ନିମ୍ନ ରକ୍ତଚାପର ଲକ୍ଷଣ ଦେଖାଦେଇଥାଏ। ଖାସ୍ କରି ନିମ୍ନ ରକ୍ତଚାପ ରୋଗ ଦ୍ୱାରା ପୀଡିତ ବ୍ୟକ୍ତିମାନେ ଦୀର୍ଘସମୟ ଏସି ବ୍ୟବହାର କରିବା ଉଚିତ ନୁହେଁ।

୪. ଏସି ର ତଣ୍ଡା ପବନ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏସିରେ ବସିରହିଲେ ଶରୀରର ଆର୍ଦ୍ରତା କମିବାକୁ ଲାଗିଥାଏ, ଶରୀରରେ ଜଳଅଭାବ ଦେଖା ଦେଇଥାଏ। ଫଳରେ ଚର୍ମ କୁଞ୍ଚନ ଭଳି ସମସ୍ୟା ସୃଷ୍ଟି ହୋଇଥାଏ।

୫. ନିମ୍ନ ତାପମାତ୍ରାରେ ଶରୀରର ଅଧିକ କାର୍ଯ୍ୟକ୍ଷମ ହୋଇନଥାଏ। ଫଳରେ ଏଥିରେ ବସି ରହୁଥିବା ବ୍ୟକ୍ତିବିଶେଷ ମେଦବହୁଳତାର ଶିକାର ହୋଇଥାନ୍ତି।

୬. ଏସିର ତାପମାତ୍ରା ଅତ୍ୟଧିକ କମ୍ ଥିଲେ ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ। ଏହା ଦ୍ୱାରା ମସ୍ତିଷ୍କର କୋଶିକା ଗୁଡିକ ସଙ୍କୁଚିତ ହେଉଥିବା ଫଳରେ କିଛି ଲୋକଙ୍କର ମୁଣ୍ଡ ବିନ୍ଧା ହେଉଥିବା ଦେଖିବାକୁ ମିଳିଥାଏ।