ଦେଖନ୍ତୁ ଭିଡ଼ିଓ: ବାହାଘର ପରେ ଶାଶୁଘରେ ସ୍ୱାମୀ ସାଙ୍ଗରେ ଏମିତି ହୋଲି ଖେଳିଲେ ଲିପ୍ସା ମିଶ୍ର, ଭିଡ଼ିଓ ଭାଇରାଲ୍

 

ନିକଟରେ ଓଲିଉଡ ଅଭିନେତ୍ରୀ ଲିପସା ମିଶ୍ର ଆକାଶ ଆଚାର୍ଯ୍ୟ ଙ୍କୁ ବିବାହ କରିଛନ୍ତି । ଏହି ଅଭିନେତ୍ରୀ ଖୁବ୍ ଧୁମଧାମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ସେହିଭଳି ଲିପସା ଚଳିତ ବର୍ଷ ଶାଶୁଗରେ ପ୍ରଥମ ହୋଲି ପାଳନ କରିଥିଲେ । ବାହାଘର ପରେ ପ୍ରଥମ ହୋଲି ବିଷୟରେ ସେ ବହୁତ ଉତ୍ସାହିତ ଥିଲେ । ହୋଲିର ଗୋଟିଏ ଦିନ ପୂର୍ବରୁ ସେ କହିଥିଲେ, 'ମୁଁ କେବଳ ହୋଲି ପାଇଁ ନୁହେଁ ବରଂ ଓଡିଶାରେ ବାର ମାସରେ ହେବାକୁ ଥିବା 13 ପର୍ବ ପାଇଁ ମୁଁ ସର୍ବଦା ଉତ୍ସାହିତ ଅଟେ ।'

ତା’ପରେ ବାହାଘର ପରେ ଏହା ମୋର ପ୍ରଥମ ହୋଲି । ମତେ ବହୁତ ଘରକୁ ଯିବାର ଅଛି । ପିତାଙ୍କ ଘର, ଶାଶୂ ଘର, ସବୁ ସମ୍ପର୍କୀୟଙ୍କ ଘର ଏବଂ ଆଜି ଆମେ ଆଉ ଗୋଟେ ଘରକୁ ଆସିଛୁ । ସମସ୍ତ ଛୁଆ ଆସିଲେ । ଆମକୁ ଏଠାକୁ ଆସିବାକୁ ନିମନ୍ତ୍ରଣ କରିଥିବାରୁ ମୁଁ ସାର୍ ଏବଂ ମେଡମଙ୍କୁ ଧନ୍ୟବାଦ ଦେବାକୁ ଚାହେଁ । ଆଜି ମୁଁ ମୋର ପ୍ରଥମ ହୋଲି ଖେଳିଲି ଏବଂ ମୋର ହୋଲି ବଦଳିଗଲା । ଏବଂ ମୁଁ ଆଶା କରୁଛି ଆସନ୍ତାକାଲି ଭଲରେ ଯିବ । ମୋ ପାଖରୁ ସମସ୍ତଙ୍କୁ ହୋଲି ଶୁଭେଚ୍ଛା ।

<a href=https://youtube.com/embed/4mSNb92rtk0?autoplay=1&mute=1><img src=https://img.youtube.com/vi/4mSNb92rtk0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଚୁଲ୍‌ବୁଲି ଅଭିନେତ୍ରୀ ଲିପ୍ସା ମିଶ୍ର, ଏହି ଅଗ୍ରଣୀ ବ୍ୟବସାୟୀ ଙ୍କୁ କଲେ ନିଜର ଜୀବନସାଥୀ

ବୁଧବାର ହୋଲି ଅବସରରେ ଲିପସା ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ପ୍ଲେଟରେ ରଙ୍ଗ ରଖି ନାଚୁଥିବାର ନଜର ଆସିଛନ୍ତି । ଏହା ସହିତ ସେ ଏହି ଭିଡିଓରେ ପରିବାର ଏବଂ ସ୍ୱାମୀଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ।