ଦେଖନ୍ତୁ ଭିଡ଼ିଓ: "ମୁଁ ବଞ୍ଚିଛି...ମତେ ମରିଦେଲେ” ମୋ ନାଁରେ ମିଛ ନ୍ୟୁଜ କରିଛି ଏବେ ସେ ଥାନାର ରହିବ- ଗୁଡୁ

 

ସୋସିଆଲ୍ ମିଡିଆ ଯୁଗରେ ମିଥ୍ୟା ଖବର ବ୍ୟାପିବା କିଛି ନୂଆ କଥା ନୁହେଁ। ଆଜିକାଲି ଲୋକମାନେ ମଧ୍ୟ ମିଛ ଖବରକୁ ସତ ଭାବି ସେଆର୍ କରିବାକୁ ପଛାଉ ନାହାନ୍ତି। ଏମିତି ହିଁ ଏକ ମିଛ ଖବର ଆଜି ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲିଥିଲା। ମିଛ ଖବରଟି ଥିଲା ଓଡ଼ିଆ ଟେଲିଭିଜନର ଜଣାଶୁଣା ହାସ୍ୟ ଅଭିନେତା ଗୁଡୁଙ୍କ ବିଷୟରେ।

ଗାଡି ଆକ୍ସିଡେଣ୍ଟରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଏକ ଫେସବୁକ୍ ପେଜ୍ ରେ ପୋଷ୍ଟ ହେବା ପରେ ଏହି ଖବର ଭାଇରାଲ୍ ହେବାରେ ଲାଗିଥିଲା। ଲୋକମାନେ ମଧ୍ୟ ଖବରର ସତ୍ୟତା ନ ଜାଣି ଶୋକ ପ୍ରକାଶ କରିବାରେ ଲାଗିଥିଲେ। 

<a href=https://youtube.com/embed/fQHTtEYK4YQ?autoplay=1&mute=1><img src=https://img.youtube.com/vi/fQHTtEYK4YQ/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ ମିଛ ମୃତ୍ୟୁ ଖବର ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ନିଜେ ଗୁଡୁ। ଗଣମାଧ୍ୟମ ଆଗରେ କହିଥିଲେ- “ମୁଁ ବଞ୍ଚିଛି ନିଜ ଫାଇଦା ପାଇଁ ଅନ୍ୟ ନାଆଁ ରେ ଏତେବଡ଼ ମିଛ ଖବର ପ୍ରଚାର କରନ୍ତୁ ନାହିଁ। ମୋ ବାପା ଜଣେ ହାର୍ଟ ପେସେଣ୍ଟ ଏ ଖବର ଶୁଣି ତାଙ୍କର କଣ ହେଇଥାନ୍ତା?”