ଦେଖନ୍ତୁ ଭିଡ଼ିଓ: ସାପ ଧରିବାକୁ ଚେଷ୍ଟା କରୁଥିଲେ ଏହି ବ୍ୟକ୍ତି କିନ୍ତୁ, ସେତେବେଳେ ପଛରୁ ଆସିଗଲା ଏକ ବିରାଟ ଅଜଗର, ଆଉ ତା ପରେ..

 

ସୋସିଆଲ ମିଡ଼ିଆରେ ପ୍ରାୟତଃ ମଜ଼ାଦାର ଭିଡ଼ିଓ ଗୁଡିକ ଭାଇରାଲ ହୋଇଥାଏ। କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଆମ୍ଭେ ଯେଉଁ ଭିଡ଼ିଓ ଦେଖାଇବାକୁ ଯାଉଛୁ ତାହାକୁ ଦେଖିଲେ ଯେ କୌଣସି ଲୋକେ ଡରିଯିବା ନିଶ୍ଚିତ ଅଟେ। ଖାସ୍ କରି ଆପଣ ଯଦି ସାପକୁ ଦେଖି ଡରନ୍ତି ତେବେ ଏହି ଭିଡ଼ିଓ ଦେଖିଲେ ଆପଣଙ୍କ ହୋସ୍ ଉଡ଼ିଯିବା ନିଶ୍ଚିତ ଅଟେ।

ବାସ୍ତବରେ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ଯୁବକ ପାଣିରୁ ଏକ କଳା ସାପକୁ ଧରୁଥିବାର ନଜ଼ର ଆସୁଛନ୍ତି। ଯୁବକ ଜଣକ ପାଣିରୁ ସାପକୁ ଧରିବା ମାତ୍ରେ ସାପଟି ଯୁବକକୁ ଆକ୍ରମଣ କରି ପୁଣି ପାଣି ଭିତରକୁ ଚାଲିଯାଏ। ଏହାପରେ ଯୁବକ ଜଣକ ପୁଣି ଥରେ ସାହସ କରି ସେହି ସାପଟିକୁ ଧରିବାକୁ ଚେଷ୍ଟା କରନ୍ତି।

କିନ୍ତୁ ଏହାରି ଭିତରେ ଆସେ ଆହୁରି ଏକ ଟ୍ଵିଷ୍ଟ କାରଣ ଯେତେବେଳେ ଯୁବକ ଜଣକ ସାପଟିକୁ ଧରିବାକୁ ଚେଷ୍ଟା କରନ୍ତି ସେତେବେଳେ ତାଙ୍କ ଉପରକୁ ଏକ ବିରାଟ ବଡ଼ ଅଜଗର ସାପ ଚାଲିଆସେ। ଯାହାକୁ ଦ୍ୱ3ଖି ବ୍ୟକ୍ତି ଜଣକ ଏତେ ମାତ୍ରାରେ ଡରି ଯାଆନ୍ତି ଯେ ସେ ତୁରନ୍ତ ପାଣି ଭିତରକୁ ଡେଇଁ ପଡନ୍ତି। ମାତ୍ର ୨୧ ସେକେଣ୍ଡର ଏହି ଭିଡ଼ିଓଟି ଇଣ୍ଟରନେଟରେ ଅପଲୋଡ଼ ହେବାପରେ ଏହା ଖୁବ ଭାଇରାଲ ହୋଇଥିଲା।

ଦେଖନ୍ତୁ ଏହି ଭିଡ଼ିଓ:-