ପ୍ରତିଦିନ ରାତିରେ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ କ୍ଷମା ମଗନ୍ତି ଅଭିଷେକ ବଚ୍ଚନ! କାରଣ ଜାଣିଲେ ତାଜୁବ୍ ହେବେ ଆପଣ

 

ଦାମ୍ପତ୍ୟ ଜୀବନରେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେବା କିଛି ବଡ଼ କଥା ନୁହେଁ। ବାହାରୁ ବେସ ଖୁସି ଏବଂ ଗ୍ଲାମରସ୍ ଦେଖା ଯାଉଥିବା ସେଲିବ୍ରିଟି ଦମ୍ପତ୍ତି ମାନଙ୍କ ଭିତରେ ମଧ୍ୟ ଏହିଭଳି ଛୋଟ ମୋଟ ଝଗଡ଼ା ଲାଗି ରହିଥାଏ। ବଲିଉଡ଼ ଜଗତର ଅନ୍ୟତମ ସଫଳ ଯୋଡ଼ି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଭିତରେ ମଧ୍ୟ ଏଭଳି ଘଟିଥାଏ। ତେବେ, ନିଜର ଦାମ୍ପତ୍ୟ ଜୀବନକୁ ନେଇ ଅଭିଷେକ କିଛି ରୋଚକ ଖୁଲାସା କରିଛନ୍ତି। 

ଐଶ୍ୱର୍ଯ୍ୟା ନିଜର ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ଅନ୍ୟ ଦମ୍ପତ୍ତି ମାନଙ୍କ ପରି ଅଭିଷେକଙ୍କ ସହିତ ତାଙ୍କର ମଧ୍ୟ ଝଗଡ଼ା ହୋଇଥାଏ। ଯେତେବେଳେ କୌଣସି କଥାକୁ ନେଇ ଉଭୟଙ୍କ ମତରେ ପାର୍ଥକ୍ୟ ସୃଷ୍ଟି ହୁଏ ସେତେବେଳେ ସେମାନଙ୍କ ମଧ୍ୟରେ ଛୋଟ ଛୋଟ ଝଗଡ଼ା ହୋଇଥାଏ।

କିନ୍ତୁ, ଆଜି ପର୍ଯ୍ୟନ୍ତ ସେଭଳି କିଛି ବଡ଼ ଏବଂ ଗୁରୁତର ଝଗଡ଼ା ହୋଇନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ ବିବାହ ସମୟରେ ସେ ଏବଂ ଅଭିଷେକ ଏକ ନିୟମ କରିଥିଲେ। ଏହି ନିୟମ ଅନୁଯାଇ ଝଗଡ଼ା ପରେ ସେମାନେ ପରସ୍ପର ଠାରୁ କ୍ଷମା ମାଗିଥାନ୍ତି। ଶୋଇବା ପୂର୍ବରୁ କ୍ଷମା ମାଗିନେଲେ ପରଦିନ ସବୁକିଛି ଭଲରେ ଆରମ୍ଭ ହୋଇଥାଏ। ତେବେ, ଅଭିଷେକଙ୍କ କହିବା ଅନୁଯାଇ ମହିଳାମାନେ ନିଜ ଭୁଲ କଦାପି ମାନନ୍ତି ନାହିଁ ତେଣୁ ଅଧିକାଂଶ ସମୟ ତାଙ୍କୁ ହିଁ ଐଶ୍ୱର୍ଯ୍ୟାଙ୍କୁ କ୍ଷମା ମାଗିବାକୁ ହୋଇଥାଏ।