ଭାରତ ପର୍ଣ୍ଣ ଇଣ୍ଡଷ୍ଟ୍ରିର କାହାଣୀ, ସଂଶ୍ଲିଷ୍ଟ ଅଛନ୍ତି ନାମିଦାମୀ ପ୍ରଯୋଜକ ଏବଂ ଅଭିନେତ୍ରୀ, ଏଭଳି ଚାଲିଛି ପର୍ଣ୍ଣୋଗ୍ରାଫିର କଳା ଧନ୍ଦା

 

କିଛିଦିନ ତଳେ ପର୍ଣ୍ଣୋଗ୍ରାଫି ଭିଡ଼ିଓ ତିଆରି କରିବା ସହ ଏହାକୁ ପ୍ରସାରଣ କରିବା ଅଭିଯୋଗରେ ଶିଳ୍ପପତି ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ଏହି ମାମଲା ସାମ୍ନାକୁ ଆସିବା ପରେ ଭାରତରେ ତିଆରି ହେଉଥିବା ପର୍ଣ୍ଣ କଣ୍ଟେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୋଲିସ ଏହାର ଯାଞ୍ଚ କରୁଥିବା ବେଳେ ଭାରତର ପର୍ଣ୍ଣ ଇଣ୍ଡଷ୍ଟ୍ରିରେ କମ୍ ଇନଭେଷ୍ଟ କରି ଅଧିକ ପ୍ରଫିଟ ମିଳିପାରୁଛି ବୋଲି ଜଣାପଡ଼ିଛି।

ଏପରିକି ଏହି ଧନ୍ଦାରେ ବଲିଉଡ଼ର ବହୁ ନାଁକାରା ପ୍ରଯୋଜକଙ୍କ ସହିତ ଅଭିନେତା ଅଭିନେତ୍ରୀ ମଧ୍ୟ ସଂଶ୍ଲିଷ୍ଟ ଥିବା ଜଣାପଡ଼ିଛି। ମୋଟା ଅଙ୍କର ଲୋଭ ଦେଖାଇ ଯୁବ ଅଭିନେତ୍ରୀ ମାନଙ୍କୁ ଏହି କଳା ଦୁନିଆ ଭିତରକୁ ଅଣା ଯାଉଥିବା ଜଣେ କାଷ୍ଟିଙ୍ଗ ଡାଇରେକ୍ଟର ସ୍ୱୀକାର କରିଛନ୍ତି। ଆଡଲ୍ଟ ଫିଲ୍ମର ସୁଟିଂ ସମୟରେ ଯୁବତୀ ମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଉଲଗ୍ନ ହେବାକୁ ପଡିଥାଏ। ସେହି ଅନୁଯାଇ ଅଭିନେତ୍ରୀ ମାନଙ୍କୁ ଏଥିପାଇଁ ଦିନକୁ ୩୦-୪୦ ହଜ଼ାର ଟଙ୍କା ପାରିଶ୍ରମିକ ମିଳୁଥିବା କୁହାଯାଉଛି। 

ଭାରତରେ ଅଶ୍ଲୀଳ ଫିଲ୍ମର ନିର୍ମାଣ, ପ୍ରକାଶନ ଓ ବିତରଣ ନେଇ କଟକଣା ରହିଥିଲେ ହେଁ ଏହାକୁ ଦେଖିବାକୁ ନେଇ କୌଣସି କଟକଣା ନାହିଁ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସମଗ୍ର ବିଶ୍ୱରେ ଆମେରିକା, ବ୍ରିଟେନ ପରେ ଭାରତରେ ସର୍ବାଧିକ ଅଶ୍ଲୀଳ କଣ୍ଟେଣ୍ଟର ଗ୍ରାହକ ରହିଛନ୍ତି। ତେଣୁ ଅଶ୍ଲୀଳ ଚଳଚିତ୍ର ଗୁଡିକ ପାଇଁ ଭାରତ ଏକ ଭୂସ୍ବର୍ଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ମୁମ୍ବାଇର ଜଣେ ଡ଼ାଇରେକ୍ଟର ଯିଏକି ଏଭଳି ପ୍ରାୟ ୫୦ ଟି ସିରିଜ ପ୍ରସ୍ତୁତ କରିଛନ୍ତି ତାଙ୍କ କହିବା ମୁତାବକ ୧୬ରୁ ୨୦ ମିନିଟର ଆଉଟପୁଟ କଣ୍ଟେଣ୍ଟ ପାଇଁ ଅଭିନେତ୍ରୀ ମାନଙ୍କୁ ୨.୭ ଲକ୍ଷ ଟଙ୍କା ଦିଆଯାଇଥାଏ। ଏଥିସହିତ ଭିଡ଼ିଓ ପ୍ରସ୍ତୁତ ହେବାପରେ ଏହାକୁ ଉଚ୍ଚା ଦରରେ ଅନେକ ପର୍ଣ୍ଣ ସାଇଟକୁ ବିତରଣ କରିଦିଆ ଯାଇଥାଏ।