କହୁ କହୁ ତମାନ୍ନା କହିଦେଲେ ନିଜ ଜୀବନର ପ୍ରାଇଭେଟ କଥା, ପ୍ରଥମ ଡେଟରେ ଶାରୀରିକ ସମ୍ୱନ୍ଧ କୁ ନେଇ ଦେଲେ ଏମିତିକା ବୟାନ

 

ନୂଆ ଚଳଚ୍ଚିତ୍ର ଲଷ୍ଟ ଷ୍ଟୋରୀ-୨ ସହିତ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ଭର୍ମା ସେମାନଙ୍କ ପ୍ରେମ ଜୀବନ ପାଇଁ ମଧ୍ୟ ହେଡଲାଇନରେ ରହିଛନ୍ତି। ଲଷ୍ଟ ଷ୍ଟୋରୀ-୨ ସମ୍ବନ୍ଧରେ ଉତ୍ତର ଦେଉଥିବା ବେଳେ ତମନ୍ନା ଭାଟିଆ ଏବଂ ବିଜୟ ଭର୍ମା ନିକଟରେ ସେମାନଙ୍କର ବ୍ୟକ୍ତିଗତ ଜୀବନର ଏକ ରହସ୍ୟ ପ୍ରକାଶ କରିଛନ୍ତି। ଯେଉଁଠାରେ ସେମାନେ ପ୍ରଥମ ଡେଟରେ କାହା ସହିତ ଅନ୍ତରଙ୍ଗ ହୋଇଥିଲେ କି ନାହିଁ ତାହାର ଉତ୍ତର ଦେଇଛନ୍ତି। 

ପ୍ରଥମତଃ ଅନ୍ତରଙ୍ଗ ହେବା ପ୍ରଶ୍ନରେ ତମନ୍ନା ଭାଟିଆ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ। ତେବେ, ସମାନ ପ୍ରଶ୍ନ ବିଜୟ ବର୍ମାଙ୍କୁ ପଚରା ଯିବା ପରେ ସେ କିଛି ସମୟ ଭାବିବା ପରେ ପ୍ରଥମ ଡେଟରେ ସେ ଜଣଙ୍କ ସହିତ ସେକ୍ସ କରିଥିବା ସ୍ୱୀକାର କରିଛନ୍ତି। ଅନ୍ୟ ଏକ ସାକ୍ଷାତକାରରେ ବିଜୟ ଭର୍ମା କହିଛନ୍ତି ଯେ ସେ ଲଷ୍ଟ ଷ୍ଟୋରୀ ୨ ର ନିର୍ଦ୍ଦେଶକ ସୁଜୟ ଘୋଷଙ୍କ କାର୍ଯ୍ୟାଳୟରେ ପ୍ରଥମ ଥର ପାଇଁ ତମନ୍ନାଙ୍କୁ ଭେଟିଥିଲେ। 

 ବିଜୟ ଧର୍ମା ଏହା ମଧ୍ୟ କହିଛନ୍ତି ଯେ ସେହି ସମୟରେ ସେମାନେ ପ୍ରଥମ ଥର ପାଇଁ କଥା ହୋଇଥିଲେ ଏବଂ ତମନ୍ନା କହିଥିଲେ ଯେ ସେ ଗତ ୧୭ ବର୍ଷ ଧରି କାର୍ଯ୍ୟ କରୁଛନ୍ତି କିନ୍ତୁ କାହାକୁ ଅନ ସ୍କ୍ରିନ କିସ୍ କରି ନାହାଁନ୍ତି।  ବିଜୟ କହିଛନ୍ତି ଯେ ତମନ୍ନା ତାଙ୍କୁ କହିଥିଲେ ଯେ ସେ ଏପର୍ଯ୍ୟନ୍ତ ସେପରି କିଛି କରିନାହାଁନ୍ତି ଏବଂ ବିଜୟ ପ୍ରଥମ ଅଭିନେତା ହେବେ ଯାହାଙ୍କ ସହ ସେ ଅନସ୍କ୍ରିନରେ ଚୁମ୍ବନ ଦେବେ।  ବିଜୟ କହିଛନ୍ତି ଯେ ତମନ୍ନାଙ୍କ ଏହି କଥା ଶୁଣିବା ପରେ ସେ କେବଳ 'ଧନ୍ୟବାଦ' କହିଥିଲେ।