ରାମାୟଣକୁ ନେଇ KBCର ଏହି ସହଜ ପ୍ରଶ୍ନର ଉତ୍ତର ଦେଇ ପାରିଲେନି ସୋନାକ୍ଷୀ ସିହ୍ନା, ହେଲେ ଲୋକହସା

ଟିଭିର ସବୁଠାରୁ ଲୋକପ୍ରିୟ ଓ ଟିଆରପି ପ୍ରୋଗ୍ରାମ ହେଉଛି ସୋନି ଟିଭିରେ ପ୍ରସାରିତ କୌନ୍ ବନେଗା କରୋଡପତି ଯାହା କି କେବିସି ନାମରେ ପରିଚିତ। ତେବେ ଏହାର ୧୧ତମ ସଂସ୍କରଣ ଆରମ୍ଭ ହୋଇଥିବା ବେଳେ ଏଥର ଅନେକ ଲୋକ କେବିସି ଖେଳି ଅର୍ଥ ପାଇ ନିଜ ସ୍ୱପ୍ନକୁ ସତ କରିପାରୁଛନ୍ତି। ତେବେ ଅମିତାଭ୍ ବଚ୍ଚନ ହୋଷ୍ଟ କରୁଥିବା ଏହି ପ୍ରୋଗ୍ରାମକୁ ନେଇ ଫ୍ୟାନମାନଙ୍କର ଆଗ୍ରହ ବଢିବାରେ ଲାଗିଛି। ତେବେ ଚଳିତ ସଂସ୍କରଣର ୨୦ ତାରିଖ ଶୁକ୍ରବାର ଦିନ
 

ଟିଭିର ସବୁଠାରୁ ଲୋକପ୍ରିୟ ଓ ଟିଆରପି ପ୍ରୋଗ୍ରାମ ହେଉଛି ସୋନି ଟିଭିରେ ପ୍ରସାରିତ କୌନ୍ ବନେଗା କରୋଡପତି ଯାହା କି କେବିସି ନାମରେ ପରିଚିତ। ତେବେ ଏହାର ୧୧ତମ ସଂସ୍କରଣ ଆରମ୍ଭ ହୋଇଥିବା ବେଳେ ଏଥର ଅନେକ ଲୋକ କେବିସି ଖେଳି ଅର୍ଥ ପାଇ ନିଜ ସ୍ୱପ୍ନକୁ ସତ କରିପାରୁଛନ୍ତି।

ତେବେ ଅମିତାଭ୍ ବଚ୍ଚନ ହୋଷ୍ଟ କରୁଥିବା ଏହି ପ୍ରୋଗ୍ରାମକୁ ନେଇ ଫ୍ୟାନମାନଙ୍କର ଆଗ୍ରହ ବଢିବାରେ ଲାଗିଛି। ତେବେ ଚଳିତ ସଂସ୍କରଣର ୨୦ ତାରିଖ ଶୁକ୍ରବାର ଦିନ ପ୍ରସାରଣ ଏହି ଏପିସୋଡରେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ହଟ ସିଟରେ ନଜର ଆସିଥିଲେ। ସୋନାକ୍ଷୀ ଜଣେ ସମାଜସେବୀ ରୁମା ଦେବୀଙ୍କ ପାଇଁ ଉତ୍ତର ଦେବାରେ ସହଯୋଗ କରୁଥିଲେ।

ତେବେ ଅମିତାଭ୍ ବଚ୍ଚନଙ୍କ ଦ୍ୱାରା ପଚରାଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଭୁଲ୍ ଉତ୍ତର ଦେଇଥିଲେ ସୋନାକ୍ଷୀ ସିହ୍ନା। ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ଲୋକହସା ହେବାକୁ ପଡିଛି। ପ୍ରଶ୍ନ ଏତେ ସହଜ ଥିଲା ଯେ ଏହାର ଉତ୍ତର ଯିଏ ବି ଦେଇପାରିବ କିନ୍ତୁ ସୋନାକ୍ଷୀ ପ୍ରଶ୍ନ ଭୁଲ୍ ଉତ୍ତର ଦେଇଥିଲେ।

ପଚରାଯାଇଥିବା ପ୍ରଶ୍ନଟି ହେଉଛି “‘ରାମାୟଣରେ ହନୁମାନ କାହା ପାଇଁ ସଂଜୀବନୀ ବୁଟୀ ଆଣିଥିଲେ ?” ଯାହାର ୪ଟି ଅପସନ୍ ଥିଲା – ସୁଗ୍ରୀବ, ଲକ୍ଷ୍ମଣ, ସୀତା, ରାମ। ସୋନାକ୍ଷୀ ଏହାର ଉତ୍ତର ସୀତା ଦେଇଥିଲେ। ପରେ ଲାଇଫଲାଇନ୍ ବ୍ୟବହାର କରିଥିଲେ, ଏହାକୁ ନେଇ ସୋସିଆଲ ମିଡିଆରେ ଲୋକେ ସୋନାକ୍ଷୀଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।