ଭାରତ-ଆଫ୍ରିକା ବିଶ୍ୱକପ ଫାଇନାଲ ହଟଷ୍ଟାର ରେ ଦେଖିଲେ ଏତେ କୋଟି ଲୋକ, ହେଲା ବିଶ୍ୱ ରେକର୍ଡ

 

ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ଏଵଂ କ୍ରିକେଟ୍ ଜଗତକୁ ନେଇ ଆସୁଥିବା ଖବର ମଧ୍ୟ ଆମେ ସୋସିଆଲ ମିଡିଆରେ ସାହାଯ୍ୟରେ ଜାଣିବାକୁ ପାଇଥାଉ। ତେବେ ଲାଇଫ ଷ୍ଟ୍ରିମିଙ୍ଗରେ ରେକର୍ଡ ଭାଙ୍ଗିଲେ ଲୋକମାନେ। ଗୋଟିଏ ଦିନରେ ଇନକମ ହେଲା କୋଟି କୋଟି ଟଙ୍କା। 

ଲୋକେ ଦେଖିଲେ କ୍ରିକେଟ ମ୍ୟାଚ୍ ମାଲାମାଲ ହେଲେ କମ୍ପାନୀ ମାନେ। ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଦେଖିବା ପାଇଁ ପାଗଳ ହେଇଯାଇଥିଲା ଲୋକ ମାନେ। ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଭାରତୀୟ ଲୋକେ ହିଁ ଅଧିକ ରେକର୍ଡ କରିଛନ୍ତି ଆଉ ମାଲାମାଲ୍ ହେଇଛନ୍ତି କମ୍ପାନୀ। 

ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଭାରତ ସାଉଥ୍ ଆଫ୍ରିକାକୁ ୭ ରନରେ ପରାସ୍ତ ହାସଲ କରି ବିଜୟ ଲାଭ କରିଛି। ଏଥିପାଇଁ ଅନେକ କ୍ରିକେଟ ପ୍ରେମୀ ସେଲିବ୍ରେସନ କରିଛନ୍ତି। ତେବେ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାକୁ ତ ଅଲଗା କଥା। ହେଲେ ଟିଭି ଓ ଲାଇଫ ଷ୍ଟ୍ରୀମରେ ଲୋକେ ଏକ ବଡ଼ ସଂଖ୍ୟାର ରେକର୍ଡ ଭାଙ୍ଗିଛନ୍ତି। 

୫.୩ କୋଟି ଲୋକ ଦେଖିଲେ ବିଶ୍ୱକପ ଫାଇନାଲ ମ୍ୟାଚ:

ଟି୨୦ ବିଶ୍ଵକପରେ ଫାଇନାଲ ମ୍ୟାଚର ସିଧା ପ୍ରସାରଣ ଡ଼ିଜିନିହଟଷ୍ଟାରରେ କରଯାଇଥିଲା ଯେଉଁଥିରେ ୫.୩ କୋଟି ଲୋକ ଏକା ସାଙ୍ଗରେ ମ୍ୟାଚ ଦେଖିଥିଲେ। ରିପୋର୍ଟ ମୁତାବକ ଡ଼ିଜିନିହଟଷ୍ଟାର ଇଣ୍ଡିଆର ମୁଖ୍ୟ ସଚିଦ୍ ଶିବାନନ୍ଦଙ୍କ କହିବା ଅନୁଯାଇ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି କୋଟି କୋଟି ଲୋକଙ୍କୁ ଖୁସି ଏବଂ ଗର୍ବିତ କରିଛନ୍ତି। 

ଟିମ୍ ଇଣ୍ଡିଆ ଜିତିବା ପରେ ଡ଼ିଜିନିହଟଷ୍ଟାର ନିଜ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏକ ଲମ୍ବା ଚଉଡ଼ା ଲିଷ୍ଟ ଦେଇଛି। ଡ଼ିଜିନିହଟଷ୍ଟାର ଲେଖିଛି ଯେ, "ସମୟ ବିତିବା ସହିତ ସବୁକିଛି ଠିକ୍ ହେଇଯାଏ"। ୧୦ ନଭେମ୍ବର ୨୦୨୩ର କୋଟି କୋଟି ଭାରତୀୟ ଫ୍ୟାନ୍ସଙ୍କ ହୃଦୟ ଭାଣ୍ଡି ଯାଇଥିଲା। ହେଲେ ୨୯ ଜୁନ ୨୦୨୪ରେ ପୁଣି ଲୋକେ ବିଶ୍ୱାସର ସହ ପୁଣି ସେଲିବ୍ରେସନ୍ କରୁଛନ୍ତି