"ବାପା ଗାଳି ଦିଅନ୍ତି ଏବଂ ମାଁ ଅଶ୍ଳୀଳ ସାଇଟ୍ ଚଲାନ୍ତି", ଯେବେ ମାତାପିତାଙ୍କୁ ନେଇ ଖରାପ ଟିପ୍ପଣୀ ଦେଇଥିଲେ ସାରା !

 

ନିଜର ଅନ୍ଦାଜ୍ ଏବଂ ଶୀତଳ ପ୍ରକୃତି ପାଇଁ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ବେସ୍ ଜଣାଶୁଣା। ତେବେ, କିଛି ଦିନ ତଳେ ସେ ନିଜ ପରିବାରକୁ ନେଇ ଏପରି କିଛି କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଇଣ୍ଟରଭିୟୁରେ ସାରା ଛୋଟ ଥିବାବେଳେ ଅମୃତା ସିଂ ଏବଂ ସୈଫ୍ ଅଲ୍ଲୀ ଖାଁକୁ ବହୁତ ଖରାପ ଏବଂ ନକରାତ୍ମକ ପିତା ମାତା ବୋଲି ଭାବୁଥିବା କହିଛନ୍ତି।

Harper's Bazaar India ସହିତ କଥାବାର୍ତ୍ତା ସମୟରେ ସାରା କହିଛନ୍ତି ଯେ," ମୁଁ ୟଙ୍ଗ ଥିବା ବେଳେ ପିତାଙ୍କର ଓଁକାରା ଏବଂ ମାତା ଅମୃତା ସିଂଙ୍କ ଅଭିନୀତ କଲୟୁଗ ଦେଖିଥିଲି। ସେହି ଚଳଚିତ୍ର ଗୁଡିକରୁ ମୋ ବାପା ଜଣେ ଖରାପ ମଣିଷ ଏବଂ ମାଆ ଅମୃତା ପର୍ଣ୍ଣ ସାଇଟ ଚଳାନ୍ତି ବୋଲି ଭାବୁଥିଲି"। ଅବଶ୍ୟ ପରବର୍ତ୍ତୀ ସମୟରେ ତାଙ୍କର ଏହି ଭ୍ରାନ୍ତ ଧାରଣା ଦୂର ହୋଇ ଯାଇଥିଲା।

ସାରା ଆହୁରି ମଧ୍ୟ କହିଛନ୍ତି ଯେ ୧୦ ବର୍ଷ ଯାଏଁ ତାଙ୍କ ବାପା ମାଆ ଏକାଠି ଥିଲେ ହେଁ ସେମାନଙ୍କ ଭିତରେ ଭଲ ସମ୍ପର୍କ ନଥିଲା। ଏହି ଦିନ ଗୁଡିକ ମଧ୍ୟରେ ତାଙ୍କର ମାଆ ଶାନ୍ତିରେ ରହିନାହାନ୍ତି ବୋଲି ସାରା କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସୈଫ ଅଲ୍ଲୀ ଖାଁ କରିନା କପୁରଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି। ସାରା ତାଙ୍କ ମାଆଙ୍କୁ ସବୁଠାରୁ ଅଧିକ ପସନ୍ଦ କରୁଥିବା ବେଳେ ସୈଫ ଓ କରିନାଙ୍କ ପରିବାର ସହିତ ତାଙ୍କର ଭଲ ସମ୍ବନ୍ଧ ରହିଛି ବୋଲି ଜଣାଯାଏ।