ସଲମାନଙ୍କୁ ମାରିବାକୁ ଲରେନ୍ସ ସହ କଥା ହେଲେ ସଲମାନଙ୍କ ପୂର୍ବତନ ପ୍ରେମିକା, ସାମ୍ନାକୁ ଆସିଲା ବଡ଼ ଖବର, ଜାଣନ୍ତୁ
ସଲମାନଙ୍କ ପୂର୍ବ ପ୍ରେମିକା ଏବେ ଲରେନ୍ସଙ୍କ ଫ୍ୟାନ। ଆଠ ବର୍ଷ କାଳ ସଲମାନଙ୍କ ସହ ସମ୍ପର୍କରେ ରହିଲା ପରେ ଅଲଗା ହେଇଥିଲେ। ସଲମାନ ତାଙ୍କ ପ୍ରେମିକାଙ୍କୁ ଧୋକା ଦେଇଥିବାରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି ବୋଧେ ତାଙ୍କ ପୂର୍ବ ପ୍ରେମିକା। ଏମିତି କିଛି ସଲମାନଙ୍କର ପୂର୍ବ ପ୍ରେମିକାଙ୍କର ଇନଷ୍ଟାଗ୍ରମ୍ ପୋଷ୍ଟରୁ ଏମିତି କିଛି ଦେଖିବାକୁ ମିଳିଛି।
ଲରେନ୍ସଙ୍କୁ ମେସେଜ କରିଛନ୍ତି ସଲମାନଙ୍କ ପୂର୍ବ ପ୍ରେମିକା ସୋମିଏଲି ଯାହାପରେ ଏବେ ଚର୍ଚ୍ଚା ଜୋର୍ ଧରିଛି କି ସିଏ ମଧ୍ୟ ଏବେ ସଲମାନଙ୍କୁ ଶାସ୍ତି ଦେବାକୁ ଚାହୁଁଛନ୍ତି। ସଲମାନଙ୍କ ପୂର୍ବ ପ୍ରେମିକ ସୋମିଏଲି ହେଉଛନ୍ତି ଜଣେ ପାକିସ୍ଥାନର ଅଭିନେତ୍ରୀ। ସୋମିଏଲି ତାଙ୍କ ଇନଷ୍ଟାଗ୍ରମ୍ ପୋଷ୍ଟରେ ଲେଖିଛନ୍ତି ଯେ, ଲରେନ୍ସ ଭାଇ ନମସ୍କାର ମୁ ଦେଖିଛି ଆପଣ ଜେଲ ଭିତରୁ ଜୁମ୍ ମାଧ୍ୟମରେ କଲ କରୁଛନ୍ତି।
ମୋର ଆପଣଙ୍କ କିଛି ଗୁରୁତ୍ଵପୂର୍ଣ୍ଣ କଥା କହିବାର ଅଛି। ମତେ ଆପଣ କୁହନ୍ତୁ କେମିତି କଲ କରି ହେବ। ରାଜସ୍ଥାନରେ ଥିବା ମନ୍ଦିରକୁ ମୁ ଯିବାକୁ ଚାହୁଁଛି ବୋଲି କହିଥିଲେ ସୋମିଏଲି। ଆଉ କହିଥିଲେ ପ୍ରଥମେ ମୋ ସହିତ ଜୁମ କଲରେ ଟିକେ କଥା ହେଇଯାଉ। ମୋ କଥା ଶୁଣିଲେ ଆପଣ ଫାଇଦାରେ ରହିବେ।
ଆପଣ ଆପଣଙ୍କ ମୋବାଇଲ ନମ୍ବର ଦେଲେ ମୁ ବହୁତ ଖୁସି ହେବି ବୋଲି କହିଥିଲେ। ତେବେ ଲରେନ୍ସଙ୍କୁ ନେଇ ଇନଷ୍ଟାଗ୍ରମରେ ଏମିତି କିଛି ପୋଷ୍ଟ ହେବା ପରେ ଏବେ ଚାରିଆଡେ ଗୋଟିଏ କଥା ଚର୍ଚ୍ଚା ହେଉଛି ଯେ, କୁଆଡେ ସୋମିଏଲି ମଧ୍ୟ ସଲମାନଙ୍କୁ ମାରିବାକୁ ଚାହୁଁଛନ୍ତି।
କାରଣ ଏମିତି ଗୋଟିଏ ସମୟ ଥିଲା ଯେତେବେଳେ ସଲମାନ ଏବଂ ସୋମିଏଲିଙ୍କ ମଧ୍ୟରେ ଥିଲା ଘନିଷ୍ଠ ସଂପର୍କ। ଆଠ ବର୍ଷ କାଳ ଉଭୟ ସାଙ୍ଗ ହୋଇ ସଂପର୍କରେ ରହିଥିଲେ। ଉଭୟଙ୍କ ଫୋଟ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସୋମିଏଲି ପାକିସ୍ଥାନର ହେଇଥିବା ବେଳେ ଏବେ ସେ ଆମେରିକାରେ ରହୁଛନ୍ତି। ତେବେ ସୋମିଏଲି କାହିଁକି ଲରେନ୍ସଙ୍କୁ କଲ କରିବାକୁ କହୁଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।