ପ୍ରଥମ ନିମନ୍ତ୍ରଣ କାର୍ଡ଼ ପାଇ ମଧ୍ୟ ଏହି କାରଣ ପାଇଁ ବିକି-କଟ୍ରିନାଙ୍କ ବିବାହରେ ଯୋଗ ଦେବେ ନାହିଁ ସଲମାନ, ଜାଣନ୍ତୁ କାହିଁକି

 

ବର୍ତ୍ତମାନ ବଲିଉଡ଼ରେ ଚାଲିଛି ବିବାହ ଋତୁ। ଗତ କିଛି ମାସ ଭିତରେ ଅନେକ ଅଭିନେତା ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହେଉଥିବା ବେଳେ ଆଗକୁ ଅଭିନେତା ଭିକି କୌଶଲ ଏବଂ ଅଭିନେତ୍ରୀ କଟ୍ରିନା କୈଫ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ବଲିଉଡ଼ର ଏହି ହାଇ ପ୍ରୋଫାଇଲ ବିବାହ କୁ ନେଇ ଚର୍ଚ୍ଚା ଥମୁନଥିବା ବେଳେ ଏବେ ଆଉ ଏକ ଚକିତ କରିବା ଭଳି ଖବର ଶୁଣିବାକୁ ମିଳୁଛି। 

ଭିକି ଏବଂ କଟ୍ରିନାଙ୍କ ବିବାହ ଆସନ୍ତା ଡିସେମ୍ବର ୭ ରୁ ୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ନିମନ୍ତ୍ରଣ ପତ୍ର ମଧ୍ୟ ବଣ୍ଟା ସରିଛି। ତେବେ, କଟ୍ରିନା ବିବାହର ପ୍ରଥମ କାର୍ଡ ତାଙ୍କର ବନ୍ଧୁ ତଥା ସୁପରଷ୍ଟାର ସଲମାନ ଖାଁଙ୍କୁ ଦେଇଛନ୍ତି।

କିନ୍ତୁ, ସଲମାନ ଏହି ବିବାହରେ ନିଜ ପରିବାର ସହିତ ଯୋଗ ଦେବେନାହିଁ ବୋଲି ଶୁଣିବାକୁ ମିଳୁଛି। ସଲମାନଙ୍କ ସୁଟିଂ ପାଇଁ ସେ ଯୋଗ ଦେବେ ନାହିଁ ବୋଲି ଜଣାପଡ଼ିଛି ହେଲେ କାହିଁକି ବିବାହରେ ଯୋଗ ଦେବେ ନାହିଁ ସେଥିନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ।