ଲୁଚାଇଲେ ପେଟ! ବିବାହ ପରେ ମିଡିଆ ଆଗକୁ ଆସିଲେ କିଆରା ଆଡ଼ଭାନୀ! ଅଛନ୍ତି କି ଗର୍ଭବତୀ, ଜାଣନ୍ତୁ

 

ମାତ୍ର କିଛି ଦିନ ପୂର୍ବରୁ ହିଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ। ରାଜସ୍ଥାନର ଜୈସଲ୍‌ମେ୍‌ରର ସୂର୍ଯ୍ୟଗଡ ମହଲରେ ପରିବାର ଏବଂ କିଛି ସମ୍ପର୍କୀୟଙ୍କ ଗହଣରେ ଏହି ବିବାହ ଅନୁଷ୍ଠିତ ହୋଇଛି। ତେବେ, ବିବାହକୁ ମାତ୍ର କେଇଦିନ ହୋଇଥିବା ବେଳେ କିଆରା ଗର୍ଭବତୀ ଥିବା କଥା ସାମ୍ନାକୁ ଆସୁଛି।

ପ୍ରକୃତରେ ବିବାହ ପରେ ସେମାନଙ୍କୁ ଜୈସଲମେର୍ ଏୟାରପୋର୍ଟ ଠାରେ ଏକାଠି ଦେଖିବାକୁ ମିଳିଥିଲା। ଉଭୟେ ପାପାରାଜି ମାନଙ୍କୁ ଫୋଟୋ ପୋଜ୍ ଦେଉଥିବା ବେଳେ କିଆରା ନିଜ ପେଟକୁ ଏକ ସାଲ୍ ଦ୍ୱାରା ଲୁଚାଇବାକୁ ଚେଷ୍ଟା କରୁଥିଲେ। ବାସ୍ ଏହି ଭିଡ଼ିଓ ଭାଇରାଲ ହେବା ପରଠାରୁ ସେ ଗର୍ଭବତୀ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହୋଇଛି।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିବାହ କରିବାର ମାତ୍ର ୨-୩ ମାସ ମଧ୍ୟରେ ହିଁ ଆଲିଆ ଗର୍ଭବତୀ ଥିବା ଖବର ଆସିଥିଲା। ପରେ ସେ ଝିଅ "ରାହା"କୁ ଦୁନିଆକୁ ଆଣିଥିଲେ। କିଆରାଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି। ମିଳିଥିବା ସୂଚନା ଅନୁଯାଇ ଆଗକୁ ଦିଲ୍ଲୀରେ କିଆରା ଏବଂ ସିଦ୍ଧାର୍ଥଙ୍କର ବିବାହ ରିସେପ୍ସନ୍ ପାର୍ଟି ଆୟୋଜିତ ହେବାକୁ ଯାଉଛି। ଏହି ପାର୍ଟିରେ ସିନେ ଜଗତର ବହୁ ନାମୀ ଦାମୀ କଳାକାର ଯୋଗଦେବାକୁ ଯାଉଛନ୍ତି।