ରବିନା ଟଣ୍ଡନଙ୍କ ଖୁଲାସା: ସୁଟିଂ ସମୟରେ ଅଭିନେତାଙ୍କ ଓଠରେ ଓଠ ବାଜିଯିବାରୁ ବାନ୍ତି କରିପକାଇଥିଲି କାରଣ ସେ...

 

ସୁଟିଂ ସେଟ୍ ଜଣେ ଅଭିନେତାଙ୍କ ଓଠରେ ଓଠ ବାଜି ଯିବାରୁ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ କରି ପକାଇଥିଲେ ବାନ୍ତି। ବହୁ ଥର ଦାନ୍ତ ଘସିଲେ ଓ ଓଠ ସଫା କରିଥିଲେ ସେ।ରବିନାଙ୍କର ସାକ୍ଷାତ୍ କାରରେ କହିଥିବା ଏହି ଘଟଣାଟି ଏବେ ଖୁବ୍ ଚର୍ଚ୍ଚାରେ।

ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ନାମୀ ଦାମୀ ଅଭିନେତ୍ରୀ ହେଉଛନ୍ତି ରବିନା ଟଣ୍ଡନ। କୁହାଯାଏ ରବିନା ନିଜ ଫିଲ୍ମରେ କିଶିଂ ସିନ ଗୁଡ଼ିକୁ ଵ୍ୟାନ୍ କରିଥାନ୍ତି। ରବୀନା ନିକଟରେ ଏକ ସାକ୍ଷାତକାରରେ ନିଜର ଏକ ଅଭୁଲା ସ୍ମୃତିକୁ ସେୟାର କରି କହିଛନ୍ତି ମୋର ମନେ ଅଛି ମୁ ଜଣେ ଅଭିନେତାଙ୍କ ସହିତ ଏକ ସିନ ରେ ସୁଟିଂ କରୁଥିବା ବେଳେ ଭୁଲରେ ତାଙ୍କ ଓଠ ମୋ ଓଠରେ ବାଜି ଯାଇଥିଲା।

ଏହା ସମ୍ପୂର୍ଣ ଭୁଲ ବଶତଃ ହୋଇଥିଲା। ଏହାର କୌଣସି ଆବଶ୍ୟକତା ନ ଥିଲା। ପରେ ସେ ତାଙ୍କର ଭ୍ୟାନ୍ କୁ ଯାଇ ଅନେକ ଥର ଦାନ୍ତ ଘଷିଥିଲେ ଓ ଓଠ ସଫା କରିଥିଲେ। ଯାହା ପରେ ଯାଇ ତାଙ୍କୁ ଟିକିଏ ଭଲ ଲାଗିଥିଲା।

ସାକ୍ଷାତକାର ଜଣକ ରବିନା ଙ୍କ ଠାରୁ ଏପରି କଥା ଶୁଣିବା ପରେ ରବିନା ଙ୍କୁ ତାଙ୍କ ଝିଅର ଫିଲ୍ମ କ୍ୟାରିଅରକୁ ନେଇ ପ୍ରଶ୍ନ କରିଥିଲେ। ଯାହାର ଉତ୍ତରରେ ସେ କହିଥିଲେ ତାଙ୍କ ଝିଅ ନିଜ ଭବିଷ୍ୟତକୁ ନେଇ ଯାହାବି ନିଷ୍ପତ୍ତି ନେବ ସେଥିରେ କୌଣସି ହସ୍ତକ୍ଷେପ କରିବେ ନାହିଁ ରବିନା।