ଦେଖନ୍ତୁ ଭିଡ଼ିଓ: କାନ୍ଦି କାନ୍ଦି ରାଇମୋହନଙ୍କ ଝିଅ ଦେଲେ ବଡ଼ ବୟାନ, କହିଲେ "ମିଡ଼ିଆ ଏବଂ ଲୋକେ ଆମକୁ ଦୋଷୀ କରି..."

 

ଓଲିଉଡ଼ ଜଗତରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ଅଭିନେତା ମାନଙ୍କ କଥା ଆସିଲେ ଆଗଧାଡିରେ ଆସନ୍ତି ସ୍ବର୍ଗତ ରାଇମୋହନ ପରିଡ଼ା। ଓଲିଉଡ଼ର ଏହି ବର୍ଷୀୟାନ ଅଭିନେତା ନିଜ ଅଭିନୟର ଯାଦୁରେ ଦର୍ଶକ ମାନଙ୍କୁ ବିମୋହିତ କରିବାରେ ସକ୍ଷମ ହୋଇଥିଲେ। କେବଳ ଯେ ଚଳଚିତ୍ର ଦୁନିଆ ତାହା ନୁହେଁ ବରଂ ଯାତ୍ରା ଜଗତରେ ମଧ୍ୟ ତାଙ୍କର ଦବଦବା ରହିଥିଲା। 

ତେବେ, ଗତବର୍ଷ ସେ ନିଜ ବାସଭବନରେ ହିଁ ଆତ୍ମହତ୍ୟା କରିଥିଲେ। ଯାହାକି ସମସ୍ତଙ୍କ ମନକୁ ବ୍ୟଥିତ କରିଥିଲେ, ସବୁଠାରୁ ବଡ଼ କଥା ହେଉଛି ଆଜି ପର୍ଯ୍ୟନ୍ତ ଏହାର କାରଣ ମଧ୍ୟ ଅସ୍ପଷ୍ଟ ରରିଛି। ରାଇମୋହନଙ୍କର କୌଣସି ଆର୍ଥିକ ସମସ୍ୟା ନଥିଲା କିମ୍ବା ସେଭଳି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ନଥିଲା ତଥାପି ସେ ଏପରି କଠୋର ନିଷ୍ପତ୍ତି କାହିଁକି ନେଲେ ତାହାର କାରଣ ମିଳିପାରିନାହିଁ।

  <a href=https://youtube.com/embed/_QxM1PN8uHg?autoplay=1&mute=1><img src=https://img.youtube.com/vi/_QxM1PN8uHg/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ, ଏଥିନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ରାଇଙ୍କ ଝିଅ। ତାଙ୍କ କହିବା ମୁତାବକ ପରିବାର ଭିତରେ ସବୁକିଛି ଠିକ୍ ଥିଲା ସଦସ୍ୟ ମାନଙ୍କ ମଧ୍ୟରେ ସେପରି କିଛି ମନୋମାଳିନ୍ୟତା ନଥିଲା। କିନ୍ତୁ, ବାପାଙ୍କ ଦେହାନ୍ତ ପରେ ମିଡିଆରେ ତାଙ୍କ ପରିବାରକୁ ଦୋଷୀ କରାଇ ଦିଆଗଲା। ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କ ସହକର୍ମୀ ଏବଂ ସାଙ୍ଗମାନେ ମଧ୍ୟ କେହି ଆସିନଥିଲେ। ଯେଉଁଦିନ ବାପାଙ୍କର ଦେହାନ୍ତ ହେଲା ସେ ସେଦିନ ତାଙ୍କ ପାଇଁ ସାର୍ଟ କିଣିବାକୁ ମଲ୍ ଯାଇଥିବା କହିଛନ୍ତି ରାଇଙ୍କ ବଡ଼ ଝିଅ।