ନିଜର ନଗ୍ନ ଭିଡ଼ିଓ ଲିକ୍ କୁ ନେଇ ମୁହଁ ଖୋଲିଲେ ରାଧିକା ଆପ୍ଟେ କହିଲେ,"ଡ୍ରାଇଭର ଠୁ ନେଇ ଚାକର ଯାଏଁ ସମସ୍ତେ ମତେ..

 

ବଲିଉଡ ଜଗତର ପ୍ରମୁଖ ଅଭିନେତ୍ରୀମାନଙ୍କ ମଧ୍ୟରୁ ରାଧିକା ଆପ୍ଟେ ଅନ୍ୟତମ ଅଟନ୍ତି। ସେ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ଅନେକ ଚଳଚିତ୍ରରେ ନିଜର ନିଖୁଣ ଅଭିନୟ ପାଇଁ ବେସ୍ ଲୋକପ୍ରିୟ ହୋଇଛନ୍ତି। ତେବେ ଏସବୁ ମଧ୍ୟରେ  ରାଧିକାଙ୍କ ସହ ଏକ ଲଜ୍ଜାଜନକ ଘଟଣା ଘଟିଥିଲା ଯେବେ ତାଙ୍କର ଏକ ନଗ୍ନ ଭିଡିଓ ଇଣ୍ଟରନେଟରେ ଲିକ୍ ହୋଇଯାଇଥିଲା। ଏହାପରେ ରାଧିକା ବେସ୍ ବିବାଦୀୟ ହେବା ସହ ତାଙ୍କୁ ସେତେବେଳେ ବହୁତ ଟ୍ରୋଲ କରାଯାଇଥିଲା। ତେବେ ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଏହି ଅଭିନେତ୍ରୀ ସେହି ଘଟଣା ବିଷୟରେ ମୁଁହ ଖୋଲିଛନ୍ତି।

ରାଧିକା କହିଛନ୍ତି ଯେ ଲିକ୍ ହୋଇଥିବା ତାଙ୍କ ଭିଡିଓରେ ତାଙ୍କ ଡ୍ରାଇଭର ଠାରୁ ଜଗୁଆଳି ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଚିନ୍ହି ପାରିଥିଲେ। ଗ୍ରାଜିଆ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ରାଧିକା କହିଛନ୍ତି ଯେ ଯେତେବେଳେ “କ୍ଲିନ୍ ସେଭ୍” ର ସୁଟିଂ ସମୟରେ ଏକ ନଗ୍ନ କ୍ଲିପ୍ ଲିକ୍ ହୋଇଥିଲା, ସେତେବେଳେ ମୋତେ ବହୁତ ଟ୍ରୋଲ କରାଯାଇଥିଲା ଏବଂ ଏହା ମୋତେ ପ୍ରଭାବିତ କରିଥିଲା। ଚାରି ଦିନ ଧରି ମୁଁ ଘରୁ ବାହାରି ପାରିଲି ନାହିଁ, କାରଣ ମୋର ଡ୍ରାଇଭର, ୱାଚମ୍ୟାନ୍ ଏବଂ ମୋ ଷ୍ଟାଇଲିଷ୍ଟର ଡ୍ରାଇଭର ମୋତେ ଫଟୋରେ ମୋତେ ଚିନ୍ହି ସାରିଥିଲେ।'

ତେବେ ରାଧିକା ବର୍ତ୍ତମାନ ଏହି ଘଟଣାକୁ ଅଣଦେଖା କରିବା ସହ ଏହା ବିଷୟରେ ଭାବିବା ସମୟର ଅପଚୟ ବୋଲି କହିଛନ୍ତି। ଏଥିସହିତ ଏହି ଘଟଣା ପରେ ସେ ଫିଲ୍ମ "ପାର୍ଚ୍ଚଡ଼" ପାଇଁ ନ୍ୟୁଡ଼ ସିନ୍ ଦେବାବେଳେ ଅଧିକ ସହଜ ମନେକରୁଥିବା ଏବଂ ତାଙ୍କର ଆତ୍ମବିଶ୍ବାସ ବଢ଼ିଥିବା କଥା କହିଥିଲେ। ଆଗରୁ ସ୍କ୍ରିନ ଉପରେ ନ୍ୟୁଡ଼ ହେବାକୁ ଡ଼ରୁଥିବା ରାଧିକା ବର୍ତ୍ତମାନ ଏପରି ସିନ୍ କୌଣସି ମୁହୂର୍ତ୍ତରେ ବି କରିପାରିବେ ବୋଲି କହିଛନ୍ତି।