ପୁଣି ଓଡିଆ ଟିଭିରେ ଦର୍ଶକଙ୍କ ମନୋରଞ୍ଜନ କରିବେ ରଚନା ବାନାର୍ଜୀ, ଏହି ପ୍ରୋଗ୍ରାମରେ ଆସିବେ ନଜର

ଓଡ଼ିଆ ଏବଂ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଚିରସବୁଜ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଳିବ ଟେଲିଭିଜନ୍ ପରଦାରେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣିଥରେ ଓଡ଼ିଆ ଦର୍ଶକଙ୍କ ପାଇଁ ପରଦାକୁ ଫେରିବେ ରଚନା। ସିନେମାରେ ନୁହେଁ, ବରଂ ଏକ ଓଡ଼ିଆ ମେଗା ଧାରାବାହିକରେ ସେ ନଜରକୁ ଆସିବେ। ‘ଜୀ ସାର୍ଥକ’ରେ ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ୮ଟା ୩୦ରେ ପ୍ରସାରିତ ମେଗା ଧାରାବାହିକ ‘ସରଗମ୍’ରେ ଅଭିନୟ କରିବେ ରଚନା। ‘ସରଗମ୍’ ଏକ ସଂଗୀତଭିତ୍ତିକ ପ୍ରେମ
 

ଓଡ଼ିଆ ଏବଂ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ଚିରସବୁଜ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଳିବ ଟେଲିଭିଜନ୍‌ ପରଦାରେ। ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣିଥରେ ଓଡ଼ିଆ ଦର୍ଶକଙ୍କ ପାଇଁ ପରଦାକୁ ଫେରିବେ ରଚନା। ସିନେମାରେ ନୁହେଁ, ବରଂ ଏକ ଓଡ଼ିଆ ମେଗା ଧାରାବାହିକରେ ସେ ନଜରକୁ ଆସିବେ।

‘ଜୀ ସାର୍ଥକ’ରେ ପ୍ରତି ସୋମବାରରୁ ଶନିବାର ସନ୍ଧ୍ୟା ୮ଟା ୩୦ରେ ପ୍ରସାରିତ ମେଗା ଧାରାବାହିକ ‘ସରଗମ୍’ରେ ଅଭିନୟ କରିବେ ରଚନା। ‘ସରଗମ୍’ ଏକ ସଂଗୀତଭିତ୍ତିକ ପ୍ରେମ କାହାଣୀ ଆଧାରିତ ମେଗା ଧାରାବାହିକ। ଏହାରି ମାଧ୍ୟମରେ ରଚନା ଓଡ଼ିଆ ଧାରାବାହିକରେ ପ୍ରବେଶ କରିବାକୁ ଯାଉଛନ୍ତି, ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି।

୧୯୯୪ରୁ ୨୦୦୯ ମସିହା ଦୀର୍ଘ ୧୫ ବର୍ଷ କାଳ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକରକମ କବ୍ଜା କରି ରଖିଥିଲେ ରଚନା। ଅଭିନୟ ପ୍ରତିଭା ପାଇଁ ତାଙ୍କର ଏକ ସ୍ୱତନ୍ତ୍ର ପ୍ରଶଂସକ ଗୋଷ୍ଠୀ ବି ରହିଛନ୍ତି। ତେଣୁ ରଚନାଙ୍କର ଏହି ଦ୍ୱିତୀୟ ଇନିଂସକୁ ନେଇ ପ୍ରଶଂସକଙ୍କ ମହଲରେ ଏକ ଉତ୍ସୁକତା ଦେଖିବାକୁ ମିଳିଛି। ଏହାଛଡ଼ା ରଚନାଙ୍କୁ ନେଇ ସୁଟ୍ ହୋଇଥିବା ସରଗମର ପ୍ରୋମୋ ବି ଏବେ ଦର୍ଶକମାନଙ୍କ ପାଖକୁ ଆସିଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରଚନା କେବଳ ଏଥିରେ ଅଭିନୟ କରିବେନି, ବରଂ ଜବରଦସ୍ତ ଡାଏଲଗ୍‌ କହିବା ସହ ସ୍କ୍ରିନ୍‌ରେ ଗୀତ ମଧ୍ୟ ଗାଇବେ। ବର୍ତ୍ତମାନର ଯୁବପିଢିର କଳାକାରଙ୍କୁ ଦେଖି ନିଜର କିଛି ପୁରୁଣା ସ୍ମୃତି ତାଜା ହେଇଯାଇଥିବା ରଚନା କହିଥିବାବେଳେ ଏତେ ଦିନ ପରେ ପୁଣି ଓଡ଼ିଆ ଦର୍ଶକଙ୍କ ପାଖକୁ ଫେରୁଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।