ନଇଁଲା ପୁଷ୍ପାରାଜ୍, ଗିରଫ ହେଲେ ପୁଷ୍ପା ଫିଲ୍ମର ଷ୍ଟାର ଅଭିନେତା ଅଲ୍ଲୁ ଅର୍ଜୁନ, ଜାଣନ୍ତୁ ପୁରା ଖବର

 

ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ଦଳାଚକଟା ଘଟଣାରେ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଅଲୁ ଅର୍ଜୁନଙ୍କୁ ଗିରଫ କରାଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଡିସେମ୍ବର 4 ରେ ହାଇଦ୍ରାବାଦରେ ତାଙ୍କ ଚଳଚ୍ଚିତ୍ର 'ପୁଷ୍ପା ୨'ର ପ୍ରିମିୟର୍ ସମୟରେ ଆରମ୍ଭ ହୋଇଥିବା ଦଳାଚକଟା ସଂପର୍କରେ ଶୁକ୍ରବାର (ଡିସେମ୍ବର 13) ପୋଲିସ ଦ୍ୱାରା ଆଲୁ ଅର୍ଜୁନଙ୍କୁ ଗିରଫ କରାଯାଇଛି।

ତେବେ ଘଟଣା ଘଟିବାର ଦୁଇ ଦିନ ପରେ ଅଭିନେତା ମୃତକଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସେ କହିଥିଲେ ଯେ ଏହି ଘଟଣାକୁ ନେଇ ସେ ଖୁବ୍ ଦୁଃଖିତ ଏବଂ ମୃତ ମହିଳାଙ୍କ ପରିବାରକୁ ସେ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବେ। 

ଅଭିନେତା ଦୁଃଖୀ ପରିବାରକୁ ଆଶ୍ୱାସନା ଦେଇଥିଲେ ଯେ, ସେ ବ୍ୟକ୍ତିଗତ ଭାବରେ ସେମାନଙ୍କୁ ଭେଟିବେ ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ। ଏହା ସହ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବାଳକର ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ଉଠାଇବେ ବୋଲି କହିଥିଲେ। ଫିଲ୍ମ ଦେଖିବାକୁ ଗଲା ବେଳେ ଭିଡ଼ ଥିଲେ ଯତ୍ନବାନ ହେବା ପାଇଁ ଅଭିନେତା ନିଜ ପ୍ରଶଂସକଙ୍କୁ ଭିଡିଓ ମାଧ୍ୟମରେ ଅପିଲ୍ କରିଥିବା ଦେଖାଯାଇଛି।

ଏହି ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଦର୍ଶକ ଆହତ ହୋଇଥିଲେ । ତେବେ ଅଲୁ ଅର୍ଜୁନ ପୂର୍ବ ସୂଚନା ନ ଦେଇ ହଲରେ ପହଞ୍ଚିଯିବାରୁ ଏଭଳି ଦଳାଚକଟା ହୋଇଥିବା ହାଇଦ୍ରାବାଦ ପୋଲିସ ପକ୍ଷରୁ କୁହାଯାଇଛି ।

​​​​​​