ସ୍ୱାମୀ ନିକ୍ ଙ୍କୁ ନେଇ ପ୍ରିୟଙ୍କା ଚୋପ୍ରାଙ୍କ ବଡ଼ ଖୁଲାସା, କହିଲେ ମୋ ସ୍ୱାମୀ ମୋତେ ମାରିଦେବେ କାରଣ ମୁଁ ତାଙ୍କୁ...

 

ବଲିଉଡ଼ ଠାରୁ ହଲିଉଡ଼ ପର୍ଯ୍ୟନ୍ତ ସବୁଠାରେ ପ୍ରିୟଙ୍କା ଏବଂ ନିକ୍ ଜୋନ୍ସଙ୍କ ଯୋଡ଼ି ବେସ୍ ଚର୍ଚ୍ଚାରେ ରହୁଛନ୍ତି। ଏଥିସହିତ ବିଭିନ୍ନ ସାକ୍ଷାତକାରରେ ପ୍ରିୟଙ୍କା ନିଜ ବୈବାହିକ ଜୀବନକୁ ନେଇ ଏପରି କିଛି ଖୁଲାସା କରୁଛନ୍ତି ଯାହା ଗଣମାଧ୍ୟମରେ ବେସ୍ ଭାଇରାଲ ହେଉଛି। ନିକଟରେ ହୋଇଥିବା ଏକ ଇଣ୍ଟରଭିୟୁରେ ପ୍ରିୟଙ୍କାଙ୍କୁ ତାଙ୍କ ପସନ୍ଦର ଗହଣା ବିଷୟରେ ପଚରା ଯାଇଥିଲା।

ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ଏକ ରୋଚକ କଥା କହିଥିଲେ। ସେ କହିଥିଲେ ଯେ ଯଦି ମୁଁ ମୋ ନିର୍ବନ୍ଧ ମୁଦିକୁ ସବୁଠାରୁ ପସନ୍ଦର ଗହଣା ବୋଲି ନ କୁହେ ତେବେ ମୋ ସ୍ୱାମୀ ମୋତେ ମାରିଦେବେ। ଏହି କଥାଟି ସେ କୌତୁହଳବଶତଃ କହିଥିଲେ ହେଁ ତାଙ୍କର ଏହି ଇଣ୍ଟରଭିୟୁ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ନିର୍ବନ୍ଧ ମୁଦି ସହିତ ଅନେକ ସ୍ମୃତି ଯୋଡ଼ି ହୋଇ ରହିଛି ତେଣୁ ଏହା ତାଙ୍କ ପାଇଁ ବେସ୍ ମୂଲ୍ୟବାନ ଅଟେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଲିଉଡ଼ର ଆଗଧାଡ଼ିର ନାୟିକା ପ୍ରିୟଙ୍କା ଚୋପ୍ରା ୨୦୧୮ ମସିହାରେ ଜୋଧପୁର ଠାରେ ନିକ୍ ଜୋନ୍ସଙ୍କୁ ବିବାହ କରିଥିଲେ। ଏହି ବିବାହ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍ ରିତିନୀତିରେ ସମ୍ପନ୍ନ ହୋଇଥିଲା। ବୟସରେ ତାରତମ୍ୟ ରହିବା ସତ୍ତ୍ୱେ ଏହି ଯୋଡି ବେସ୍ ହସଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି।