ପ୍ରିୟଙ୍କାଙ୍କ ବଡ଼ ଖୁଲାସା, କହିଲେ କେବଳ ଏହି ଜଣେ ବ୍ୟକ୍ତି ନିକ୍‌ଙ୍କଠାରୁ ମୋତେ ଚୋରି କରିନେବ, ସେ ହେଉଛନ୍ତି...

 

ବଲିଉଡ଼ର ଦେଶୀ ଗର୍ଲ ଭାବରେ ଜଣାଶୁଣା ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଖାସ୍ କରି ପ୍ରିୟଙ୍କା ନିକ୍ ଜୋନାସଙ୍କୁ ବିବାହ କରିବା ପରେ ସେମାନଙ୍କର ଅନେକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତେବେ, ବର୍ତ୍ତମାନ ସମୟରେ ପ୍ରିୟଙ୍କା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରୁ ଜୋନାସ୍ ସରନେମକୁ ହଟାଇ ଦେବା ପରେ ଉଭୟଙ୍କ ଭିତରେ ବିବାହ ବିଚ୍ଛଦକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଥିଲା।

ଏପରି ଅନେକ କଥା ଉଠିବା ପରେ ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା ଏହି ସବୁ କଥାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ପ୍ରିୟଙ୍କା ଏବଂ ନିକଙ୍କ ମଧ୍ୟରେ ସବୁକିଛି ଠିକ ଅଛି ସେମାନେ ନିଜ ଜୀବନରେ ବେସ୍ ଖୁସିରେ ଅଛନ୍ତି ଏବଂ ବିବାହ ବିଚ୍ଛେଦର କୌଣସି ପ୍ରଶ୍ନ ଉଠୁନାହିଁ। ଏହାରି ଭିତରେ ନେଟଫ୍ଲିକ୍ସରେ ପ୍ରସାରଣ ହେଉଥିବା ଜୋନାସ୍ ବ୍ରଦର୍ସ ଫ୍ୟାମିଲି ରୋଷ୍ଟରେ ପ୍ରିୟଙ୍କା ନଜର ଆସିଥିଲେ ଯେଉଁଥିରେ ସେ ଅନେକ ରୋଚକ କଥାର ଖୁଲାସା କରିଥିଲେ।

ଏହି ସୋରେ ପ୍ରିୟଙ୍କା ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ନିକ୍ ତାଙ୍କ ପାଇଁ ପରଫେକ୍ଟ ମଣିଷ। ତାଙ୍କ ଛଡା ସେ କାହାକୁ ବିବାହ କରି ପାରିବେ ନାହିଁ। କିନ୍ତୁ, ହଲିଉଡ଼ର ସୁପରଗଡ଼ ଭାବରେ ଜଣାଶୁଣା କ୍ରିସ୍ ହେମସୱର୍ଥ ହିଁ ଏଭଳି ଜଣେ ମଣିଷ ଯିଏକି ନିକଙ୍କ ଠାରୁ ତାଙ୍କୁ ଚୋରି କରି ପାରିବେ ବୋଲି ପିସି କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବେସ୍ ହ୍ୟାଣ୍ଡସମ୍ କ୍ରିସ୍ ହେମସୱର୍ଥ ଏଲସାଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କ ବିବାହକୁ ବେସ୍ ସଫଳ ଏବଂ ସୁନ୍ଦର ବୋଲି ବିବେଚନା କରାଯାଇଥାଏ।