ବିବାହ ପୂର୍ବରୁ ଧରାପଡିଥିଲା ସାହିଦ କପୁର ସହ ପ୍ରିୟଙ୍କାଙ୍କ ରାସଲୀଳା, ଏକଦା ନିଜ ଘରେ ଏମିତି ଭାବରେ ଧରାପଡିଥିଲେ

 

ବଲିଉଡ଼ର ସଫଳତମ ଅଭିନେତ୍ରୀ ମାନଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରା ଅନ୍ୟତମ। ବର୍ଷ ବର୍ଷ ଧରି ବଲିଉଡ଼କୁ ହିଟ୍ ଚଳଚିତ୍ର ଗୁଡିକ ଦେଇ ଆସୁଥିବା ପ୍ରିୟଙ୍କା ବର୍ତ୍ତମାନ ପ୍ରସିଦ୍ଧ ପପ୍ ଷ୍ଟାର ନିକ୍ ଜୋନ୍ସକୁ ବିବାହ କରିଛନ୍ତି। ଉଭୟଙ୍କର ଦାମ୍ପତ୍ୟ ଜୀବନ ବେସ୍ ସୁରୁଖୁରୁରେ ଚାଲିଥିବା ବେଳେ ଏହି ଯୋଡି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି। ତେବେ, କଣ ଆପଣ ଜାଣନ୍ତି କି ନିକଙ୍କୁ ବିବାହ କରିବା ପୂର୍ବରୁ ପ୍ରିୟଙ୍କା ଅଭିନେତା ସାହିଦ କପୁରଙ୍କୁ ଡେଟ୍ କରି ଆସୁଥିଲେ।

ରଜତ ଶର୍ମାଙ୍କ "ଆପ୍ କି ଅଦାଲତ୍"ର ଏକ ଏପିସୋଡ଼ରେ ପ୍ରିୟଙ୍କା ତାଙ୍କର ଏବଂ ସାହିଦଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବଡ଼ ଖୁଲାସା କରିଥିଲେ। ଏକଦା ଆୟକର ବିଭାଗ ପକ୍ଷରୁ ପ୍ରିୟଙ୍କାଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା। ସେହି ସମୟରେ ସାହିଦ କପୁର ପୂର୍ବରୁ ସେଠାରେ ଉପସ୍ଥିତ ଥିଲେ। ପ୍ରିୟଙ୍କାଙ୍କ କହିବା ଅନୁଯାଇ ସାହିଦ ତାଙ୍କର ପଡ଼ୋଶୀ ହୋଇଥିବାରୁ ସେହି ସମୟରେ ସେଠାରେ ସେ ଉପସ୍ଥିତ ଥିଲେ।

ତେବେ, କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାଇ ଚଢ଼ାଉ ସମୟରେ ସାହିଦ ହିଁ ପ୍ରିୟଙ୍କାଙ୍କ ଘର କବାଟ ଖୋଲିଥିଲେ। ଆୟକର ବିଭାଗ ତରଫରୁ ଚଢ଼ାଉ ସମୟରେ ଉଭୟେ ବେସ୍ ଚିନ୍ତିତ ଥିବା ମଧ୍ୟ କୁହାଯାଉଥିଲା। ତେବେ, ସାହିଦ ପ୍ରିୟଙ୍କାଙ୍କ ପାଖରେ କିଛି ସମୟ ରହି ସେଠାରୁ ପଳାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରିୟଙ୍କା ନିକ୍ ଜୋନ୍ସଙ୍କୁ ବିବାହ କରିଥିବା ବେଳେ ସାହିଦ୍ ମୀରା ରାଜପୁତଙ୍କୁ ବିବାହ କରିଛନ୍ତି।