ବିବାହ କଲେ ଓଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ, ଏହି ପୁଅ ହେଲେ ତାଙ୍କ ଜୀବନସାଥି

 

କେତେବେଳେ ପ୍ରେମ, ଆଉ କେତେବେଳେ ବ୍ରେକଅପ। କେତେବେଳେ ସେ ରୋମାଣ୍ଟିକ ସିନ୍‌ରେ ଦର୍ଶକଙ୍କୁ ମଜେଇଛନ୍ତି ତ ଆଉ କେତେବେଳେ ବ୍ରେକଅପ୍‌ ସିନ୍‌ରେ କନ୍ଦାଇଛନ୍ତି। ଫିଲ୍ମ, ସିରିଏଲ, ମ୍ୟୁଜିକ ଭିଡିଓରେ ନିଖୁଣ ଅଭିନୟ ଯୋଗୁଁ ସେ ଆଜି ଘରେ ଘରେ ପରିଚିତା। ଏ ଚୁଲବୁଲି ନାୟିକା ଜଣକ ହେଉଛନ୍ତି ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ। ତେବେ ହାତରୁ ଦି ହାତ ହୋଇଛନ୍ତି ଶ୍ରଦ୍ଧା। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଅଭିନେତ୍ରୀ।

ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ମନ ଜିଣିପାରିଥିବା ଶ୍ରଦ୍ଧା ଏବେ ନୂଆ ଇନିଂସ ଖେଳିଛନ୍ତି। ସନ୍ଦିପଙ୍କୁ ନିଜର ଜୀବନସାଥୀ ଭାବେ ବାଛିଛନ୍ତି ଶ୍ରଦ୍ଧା। ଶ୍ରଦ୍ଧା ଜଣେ ଅଭିନେତ୍ରୀ ଭାବେ ଦର୍ଶକଙ୍କ ଗହଣରେ ପରିଚିତ ଥିବା ବେଳେ ସନ୍ଦିପ ମଧ୍ୟ କଳା କ୍ଷେତ୍ର ସହ ଖୁବ୍ ପରିଚିତ। ସନ୍ଦିପ ଜଣେ ଭଲ କଣ୍ଠଶିଳ୍ପୀ ହୋଇଥିବା ବେଳେ ସେ ଅନେକ ଓଡ଼ିଆ ଗୀତରେ କଣ୍ଠଦାନ କରିଛନ୍ତି। ସନ୍ଦିପଙ୍କ ସ୍ୱରର ଯାଦୁରେ ଦର୍ଶକ ମତୁଆଲା ହୋଇଥିବା ବେଳେ ଏବେ ସେ ଶ୍ରଦ୍ଧାଙ୍କ ସହିତ ନୂଆ ଜୀବନ ଆରମ୍ଭ କରିଛନ୍ତି।

ଦୁହେଁ ପ୍ରେମ ବିବାହ କରିଥିବା ଜଣାପଡିଛି। ଉଭୟଙ୍କ ମଧ୍ୟରେ ପ୍ରଥମେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ଯାହା ପରେ ଦୁହେଁ ବିବାହ କରିବାକୁ ସ୍ଥିର କରି ନୂଆ ଜୀବନ ଆରମ୍ଭ କରିଛନ୍ତି। ବେଦୀ ନିଆଁକୁ ଶପଥ କରି ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଦୁହେଁ ଏବେ ଜୀବନର ଚଲାପଥରେ ସୁଖ, ସୁଃଖର ସାଥୀ ହୋଇ ଆଗକୁ ଚାଲିବେ। ବୈଦିକ ରୀତିନୀତି ଅନୁସାରେ ଏହି ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ଷ୍ଟାର ଦମ୍ପତ୍ତିଙ୍କ ମ୍ୟାରେଜ ପାର୍ଟିରେ ବହୁ ଓଡ଼ିଆ କଳାକାର ଉପସ୍ଥିତ ରହି ନବଦମ୍ପତ୍ତିଙ୍କୁ ଆଶିର୍ବାଦ ଦେଇଥିଲେ।

ଶ୍ରଦ୍ଧା ପ୍ରଥମେ ୨୦୧୫ ମସିହାରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଏକ ରିଆଲିଟି ସୋ’, ମିଠା ମିଠା ଯୋଡ଼ିରେ ଭାଗ ନେଇଥିଲେ। ସେଥିରେ ସେ ଜିତି ନଥିଲେ ମଧ୍ୟ ତାଙ୍କୁ ସେହି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏହାପରେ ସେ ତରଙ୍ଗ ଟିଭିରେ ଆମ ଘର ଲକ୍ଷ୍ମୀ ଧାରାବାହିକରେ ଅଭିନୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଅଧା ଲେଖା ଚିଠି, ସାହେବ ବିବି ଔର୍ ଶାଲା, ସାହେବ ବିବି ଔର୍ ଶାଶୁମା ଆଦି ୱେବ୍ ସିରିଜ୍‌ରେ ଅଭିନୟ କରିଥିଲେ। ଓଡ଼ିଆ ଧାରାବାହିକ ମୋ ଦେହେ ବୋଳି ଦେ ତୋ ରଙ୍ଗ କଳାରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।