ଶାଶୂ ହେବେ ନମିତା, ପୁଅ ସିଦ୍ଧାର୍ଥଙ୍କୁ ବିବାହ କରିବାକୁ ଯାଉଛନ୍ତି ଏହି ଓଡ଼ିଆ ଅଭିନେତ୍ରୀ, ହେବେ ଅଗ୍ରୱାଲ ଘରର ବୋହୂ

 

ଶାଶୁ ହେବାକୁ ଯାଉଛନ୍ତି ନମିତା ଅଗ୍ରୱାଲ । ସୂଚନା ଅନୁସାରେ ନିକଟରେ ନମିତା ଅଗ୍ରୱାଲଙ୍କ ବଡ ପୁଅ ସିଦ୍ଧାର୍ଥ ଅଗ୍ରୱାଲ ଜଣେ ଓଡ଼ିଆ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି । ନମିତା ଅଗ୍ରୱାଲ ତାଙ୍କ ନିଜର ସୁମଧୁର କଣ୍ଠ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ । ସେ ଭଜନ ହେଉ ବା ରୋମାଣ୍ଟିକ ଗୀତ ସବୁଥିରେ ପାରଙ୍ଗମ ନମିତା ଅଗ୍ରୱାଲ ।

ନିକଟରେ ନମିତା ଅଗ୍ରୱାଲଙ୍କ ପୁଅ ସିଦ୍ଧାର୍ଥ ଅଗ୍ରୱାଲ ଜାନୁଆରୀ ୧୬ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସିଦ୍ଧାର୍ଥ ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ତମନ୍ନା ଓଡ଼ିଆ ସିନେମା ଜଗତର ଜଣେ ବହୁ ଚର୍ଚ୍ଚିତ ଅଭିନେତ୍ରୀ ଅଟନ୍ତି । ବ୍ଲାକମେଲ୍ , ସୁପର୍ ବୟ , ନିଝୁମ ରାତିର ସାଥି , କଣ କଲା ସେ ଆଦି ଫିଲ୍ମରେ ତମନ୍ନାଙ୍କୁ ନାୟିକା ଭାବେ ଅଭିନୟ କରିବାର ଦେଖିବାକୁ ମିଳିଥିଲା ।

ତେବେ ଯଦି ସିଦ୍ଧାର୍ଥଙ୍କ କଥା କୁହାଯାଏ ସେ ସିଦ୍ଧାର୍ଥ ଭକ୍ତି , ସିଦ୍ଧାର୍ଥ ଗୋଲ୍ଡ , ସିଦ୍ଧାର୍ଥ ଟିଭି , ଜୟ ଜଗନ୍ନାଥ ଚ୍ୟାନେଲର ପରିଚାଳକ ଭାବେ କାର୍ଯ୍ୟ କରୁଛନ୍ତି । ତମନ୍ନା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ବିବାହ ପୂର୍ବର ଫଟୋ ସେୟାର କରିଛନ୍ତି ।

ସେହିଭଳି ସିଦ୍ଧାର୍ଥ ମଧ୍ୟ ନିଜ ପ୍ରି ୱେଡିଂ ଭିଡିଓ ସେୟାର କରିଛନ୍ତି ନିଜ ଆକାଉଣ୍ଟରେ । କିନ୍ତୁ ବିଭାଘର ନେଇ ଅଗ୍ରୱାଲ ଫ୍ୟାମିଲି ତରଫରୁ ବିଶେଷ ସୂଚନା ମିଳି ନାହିଁ ।