ଦେଖନ୍ତୁ ଭିଡ଼ିଓ: ଫ୍ରୁଟି ବଦଳରେ ଚଷମା ଫେରାଇଲା ମାଙ୍କଡ଼, କହିଲା ଗୋଟେ ହାତରେ ନିଅ ଆଉ ଗୋଟେ ହାତରେ ଦିଅ

 

ମାଙ୍କଡ଼ମାନେ ମଣିଷର ପୂର୍ବଜ ବୋଲି ବିଶ୍ୱାସ କରାଯାଇଥାଏ। ସେମାନଙ୍କ ଶରୀରର ଗଠନ ମଣିଷ ପରି ହୋଇଥିବା ବେଳେ ମାଙ୍କଡ଼ମାନେ ଅତ୍ୟନ୍ତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି। ଏହାର ଅନେକ ନଜୀର ଆପଣମାନେ ପୂର୍ବରୁ ଦେଖି ସାରିଥିବେ। ଆଜି ମଧ୍ୟ ଆମ୍ଭେ ଏହିପରି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ଏକ ମାଙ୍କଡ଼ ମଣିଷ ସହିତ ବ୍ୟାପାର କରୁଥିବାର ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଏହି ଭିଡ଼ିଓଟିରେ ମାଙ୍କଡ଼ଟିଏ ଜଣେ ବ୍ୟକ୍ତିଙ୍କର ଚଷମା ନେଇ ଛୁ ମାରିଥିବା ଦେଖିବାକୁ ମିଳୁଛି। ମାଙ୍କଡ଼ଟି ଚଷମାକୁ ସହ ଏକ ତାର ଜାଲି ଉପରେ ବସିଥିବା ବେଳେ ବ୍ୟକ୍ତି ଜଣକ ମାଙ୍କଡ଼କୁ ଏକ ଫ୍ରୁଟି ପ୍ୟାକେଟ୍ ଦେଉଛନ୍ତି। ମାଙ୍କଡ଼ଟି ଫ୍ରୁଟି ନେଇ ତୁରନ୍ତ ଚଷମାଟିକୁ ଫେରାଇ ଦେଉଛି। ମାଙ୍କଡ଼ର ଫ୍ରୁଟି ବଦଳରେ ଚଷମା ଦେଉଥିବାର ଦୃଶ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଦେଖନ୍ତୁ ଭିଡ଼ିଓ:-