ଦେଖନ୍ତୁ ଭିଡ଼ିଓ: ରାସ୍ତା କଡ଼ରେ ମାଇକେଲ ଜ୍ୟାକସନଙ୍କ ଭୁତ ! ଗରିବ ହେଲେ କଣ ହେଲା, ଡ଼୍ୟାନ୍ସ ଦେଖି ଆପଣ ବି ହେବେ ତାଯୁବ

 

ଭାରତର ଲୋକମାନଙ୍କ ପାଖରେ ଟ୍ୟାଲେଣ୍ଟର ଅଭାବ ନଥାଏ। କିନ୍ତୁ, ସମାନ ଭାବରେ ସୁଯୋଗ ମିଳୁନଥିବାରୁ ଅନେକ ପ୍ରତିଭା ଲୋକ ଲୋଚନକୁ ଆସି ପାରନ୍ତି ନାହିଁ। ଏହାରି ଭିତରେ ଏମାନଙ୍କ ପାଇଁ ସୋସିଆଲ ମିଡିଆ ବରଦାନ ପରି ସାବ୍ୟସ୍ତ ହେଉଛି। ବର୍ତ୍ତମାନ ଜଣେ ଯୁବକଙ୍କର ଚମତ୍କାର ଡ୍ୟାନ୍ସ ଭିଡ଼ିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଏହି ଭିଡ଼ିଓଟିରେ ଯୁବକ ଜଣକ ରାସ୍ତା ଉପରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଭିଡିଓର ପୃଷ୍ଠଭୂମିରେ ମହାନ ଡ୍ୟାନ୍ସର ମାଇକେଲ ଜ୍ୟାକସନଙ୍କ "Dangerous" ଗୀତ ବାଜୁଥିବା ବେଳେ ଏହାର ତାଳେ ତାଳେ ଯୁବକ ଜଣକ ନାଚୁଥିଲେ। ଏହି ଭିଡ଼ିଓରେ ଯୁବକ ଜଣକ ମାଇକେଲଙ୍କର ଡ୍ୟାନ୍ସ ଷ୍ଟେପ ଗୁଡିକୁ ନକଲ କରିବାକୁ ଚେଷ୍ଟା କରିଥିବା ବେଳେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେ ଏଥିରେ ସଫଳ ମଧ୍ୟ ହୋଇଥିଲେ। ଦେଖନ୍ତୁ ଭିଡ଼ିଓ:-