ସମସ୍ତଙ୍କୁ କ୍ଷମା ମାଗିଲେ ସମ୍ବଲପୁରୀ ହାସ୍ୟ ଅଭିନେତା ଯୋଗେଶ ଜୋଜୋ, ହେଲେ କାହିଁକି? ଜାଣନ୍ତୁ

ଜଣାଶୁଣା ସମ୍ବଲପୁରୀ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ନିକଟରେ ସମସ୍ତଙ୍କୁ ଭୁଲ ମାଗିଛନ୍ତି। ଏକ ଭିଡିଓ ପାଇଁ ସେ କ୍ଷମା ମାଗିଥିବା ଜଣା ପଡିଛି। ନିଜ ୟୁଟ୍ୟୁବ ଚ୍ୟାନେଲ ରେ ଭେଲେଣ୍ଟାଇନ ଡେ ଉପରେ ପ୍ରସ୍ତୁତ ଏକ କମେଡି ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସେହି ଭିଡିଓରେ ବଜରଙ୍ଗ ଦଳ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। ଅନେକ ବଜରଙ୍ଗ ଦଳର ସମର୍ଥକମାନେ ଉକ୍ତ ଭିଡିଓକୁ ନେଇ ଆପତ୍ତି ଉଠାଇଥିଲେ। ଯାହା ପରେ
 

ଜଣାଶୁଣା ସମ୍ବଲପୁରୀ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ନିକଟରେ ସମସ୍ତଙ୍କୁ ଭୁଲ ମାଗିଛନ୍ତି। ଏକ ଭିଡିଓ ପାଇଁ ସେ କ୍ଷମା ମାଗିଥିବା ଜଣା ପଡିଛି। ନିଜ ୟୁଟ୍ୟୁବ ଚ୍ୟାନେଲ ରେ ଭେଲେଣ୍ଟାଇନ ଡେ ଉପରେ ପ୍ରସ୍ତୁତ ଏକ କମେଡି ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସେହି ଭିଡିଓରେ ବଜରଙ୍ଗ ଦଳ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। ଅନେକ ବଜରଙ୍ଗ ଦଳର ସମର୍ଥକମାନେ ଉକ୍ତ ଭିଡିଓକୁ ନେଇ ଆପତ୍ତି ଉଠାଇଥିଲେ। ଯାହା ପରେ ଯୋଗେଶ ସେହି ଭିଡିଓଟିକୁ ପ୍ରାଇଭେଟ କରି ଦେଇଛନ୍ତି।

ଭିଡିଓକୁ ନେଇ ବିବାଦ ସୃଷ୍ଟି ହେବା ପରେ ଯୋଗେଶ ୟୁଟ୍ୟୁବରେ ଲାଇଭ ଆସି କ୍ଷମା ମାଗିଛନ୍ତି, ଯୋଗେଶ କହିଛନ୍ତି- ଚଇତୁ ଗୁପାଲର ଭେଲେଣ୍ଟାଇନ ଡେ ଭିଡିଓଟି ଫେବୃଆରୀ ମାସରେ ଅପଲୋଡ୍ ହୋଇଥିଲା। ଏଥିରେ ବଜରଙ୍ଗ ଦଳକୁ ନେଇ କିଛି ଡାଏଲଗ୍ ଥିଲା, ହେଲା କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। ମୁଁ ସବୁବେଳେ ବଜରଙ୍ଗ ଦଳକୁ ସମର୍ଥନ କରେ। ମୁଁ ନିଜେ ମଧ୍ୟ ବଜରଙ୍ଗ ଦଳର ସଦସ୍ୟ। କିନ୍ତୁ ଯଦି କାହା ମନରେ ଦୁଃଖ ଦେଇଛି, ସେଥିପାଇଁ ମୁଁ କ୍ଷମା ମାଗୁଛି। ଯେଗେଶ ଆହୁରି କହିଛନ୍ତି, ମୁଁ ସେହି ଭିଡିଓରେ କିଛି ଖରାପ କଥା କହି ନଥିଲି। ମୁଁ ହିନ୍ଦୁ ଧର୍ମ କିମ୍ବା ବଜରଙ୍ଗ ଦଳ ବିରୋଧରେ କିଛି କହିନି। କମେଡିକୁ କମେଡି ଭାବେ ହିଁ ଦେଖନ୍ତୁ। ମୁଁ ଜଣେ ହାସ୍ୟ ଅଭିନେତା। ଲୋକଙ୍କୁ ହସେଇବାକୁ ମୋତେ ଭଲ ଲାଗେ। କାହାକୁ ମଧ୍ୟ ଦୁଃଖ ଦେବାକୁ ମୁଁ ଚାହେଁ ନାହିଁ। କିନ୍ତୁ ଏ ପ୍ରକାର ଆପତ୍ତି ଦେଖି କମେଡିଗୁଡ଼ିକରେ ଭଗବାନଙ୍କୁ ‘ଜୁହାର’ କରିବାକୁ ମଧ୍ୟ ଡର ଲାଗିଲାଣି।

ଏହାଛଡା ଯୋଗେଶ ବଲିଉଡ ଫିଲ୍ମ ‘ଗଣପତି ବାପ୍ପା ମୋରିୟା’କୁ ଉଦାହରଣ ନେଇ ବଜରଙ୍ଗ ଦଳକୁ କହିଛନ୍ତି- ଭଗବାନଙ୍କୁ ନେଇ ତିଆରି ହୋଇଥିବା ଏହିସବୁ ଫିଲ୍ମଙ୍କୁ ମଧ୍ୟ ବନ୍ଦ କର, ପାରିବେ ଯଦି ୨/୪ ଦିନରେ ଏହି ଫିଲ୍ମକୁ ବନ୍ଦ କରନ୍ତୁ। ତେବେ ନିଜ ଭିଡିଓକୁ ପ୍ରାଇଭେଟ କରିବା ପରେ ସେ ଭିଡିଓଟିକୁ ପୁଣି ଥରେ ଅଫଲୋଡ କରିବେ ବୋଲି କହିଛନ୍ତି ଯୋଗେଶ ଯୋଯୋ ତେବେ ସେଥିରେ ପୂର୍ବର ସେହି ଡାଇଲଗ ଏବଂ ସେହି ଶବ୍ଦ ନଥିବ। ତାକୁ ମ୍ୟୁଟ କରି ପୋଷ୍ଟ କରାଯିବ ବୋଲି ସେ କହିଛନ୍ତି।