ଖୁସି ଖୋଲିଦେଲେ ସବୁ ଗୁମର, କହିଲେ "ବିନା ପ୍ରପୋଜ ରେ ଅର୍ଜୁନ ମୋତେ କିସ୍ କଲେ ଏବଂ..."

 

ସୋସିଆଲ ମିଡିଆରେ ମୋଟିଭେସନାଲ ଭିଡ଼ିଓ ପ୍ରସ୍ତୁତ କରୁଥିବା ଖୁସି ଏବଂ ଅର୍ଜୁନଙ୍କୁ ତ ଆପଣ ନିଶ୍ଚିତ ଜାଣିଥିବେ। ଖାସ୍ କରି କିଛି ମାସ ତଳେ ଖୁସିଙ୍କର ଦେହ ଅବସ୍ଥା ଖରାପ ହେବା ପରେ ସେ ଅଧିକ ଚର୍ଚ୍ଚାକୁ ଆସିଥିଲେ। ଯେତେବେଳେ ଖୁସି ଡାକ୍ତରଖାନା ଭିତରେ ମୃତ୍ୟୁ ସହିତ ସଂଘର୍ଷ କରୁଥିଲେ ସେତେବେଳେ ଅର୍ଜୁନ ତାଙ୍କ ପାଇଁ ଭୋକ ଉପାସରେ ପଡି ରହିଥିଲେ। 

ଆଜିକାଲି ଯେଉଁଠି ଯୁବପିଢ଼ିଙ୍କ ପାଇଁ ପ୍ରେମର ପରିଭାଷା ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। ସେଠି ଏଭଳି ନିଚ୍ଛକ ପ୍ରେମର ଉଧାହରଣ ବହୁତ କମ ଦେଖିବାକୁ ମିଳିଥାଏ। ଡାକ୍ତରଖାନାରେ ପଡିବା ପରେ ହିଁ ସ୍ୱାମୀଙ୍କ ପ୍ରକୃତ ପ୍ରେମ ବିଷୟରେ ହୃଦୟଙ୍ଗମ କରିଲେ ବୋଲି ଖୋଦ୍ ଖୁସି କହିଛନ୍ତି। ଏଥିସହିତ ସେ ନିଜ ପ୍ରେମ କାହାଣୀକୁ ମଧ୍ୟ ସମସ୍ତଙ୍କ ଆଗରେ ବଖାଣିଛନ୍ତି।

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

ଖୁସିଙ୍କ କହିବା ଅନୁଯାଇ ୧୨ ବର୍ଷ ତଳେ ସେ +୨ ପାଠ ସାରି କମ୍ପ୍ୟୁଟର ଏବଂ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିବା ପାଇଁ ଭୁବନେଶ୍ୱରର ସିଷ୍ଟରେ ଆଡମିଶନ ନେଇଥିଲେ। ସେତେବେଳେ ତାଙ୍କର ଆକ୍ଟିଂ କରିବା ପାଇଁ ବହୁତ ଇଚ୍ଛା ରହିଥିଲା। ତେଣୁ, ଜଣେ ମ୍ୟୁଚୁଆଲ୍ ଫ୍ରେଣ୍ଡ ମାଧ୍ୟମରେ ସେ ଅର୍ଜୁନଙ୍କ ସୁଟିଂ ସେଟକୁ ଆସୁଥିଲେ।

ସେହିଠାରେ ହିଁ ଉଭୟଙ୍କର ଦେଖା ସାକ୍ଷାତ ହୋଇଥିଲା ଏବଂ ଉଭୟେ ଫୋନ ମାଧ୍ୟମରେ କଥା ହେଉଥିଲେ। ଏହାରି ଭିତରେ ଖୁସିଙ୍କ ପାଇଁ ଆକ୍ଟିଂ ଅଫର ମଧ୍ୟ ଆସିଥିଲା। କିନ୍ତୁ, ଅର୍ଜୁନ ତାଙ୍କୁ ଏହା କରିବାକୁ ଦେଇନଥିଲେ। ଦିନେ ସୁଟିଂ ସମୟରେ ଖୋଦ୍ ଅର୍ଜୁନ ଖୁସିଙ୍କୁ କିସ୍ କରିବା ସହିତ ପ୍ରୋପୋଜ୍ କରିଥିଲେ। 

<a href=https://youtube.com/embed/8JZmq7SYcCY?autoplay=1&mute=1><img src=https://img.youtube.com/vi/8JZmq7SYcCY/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଖୁସୀଙ୍କ ଘର ପୁରୀରେ ହୋଇଥିବା ବେଳେ ଅର୍ଜୁନଙ୍କ ଘର ମୟୁରଭଞ୍ଜରେ ତେଣୁ ଖୁସିଙ୍କ ଘରେ ବିବାହ ପାଇଁ ରାଜି ହୋଇନଥିଲେ। ପରବର୍ତ୍ତୀ ସମୟରେ ଖୁସି ଘରେ ନ ଜଣାଇ ଅର୍ଜୁନଙ୍କୁ କୋର୍ଟ ମ୍ୟାରେଜ କରିଥିଲେ। ଦୀର୍ଘ ୫ ବର୍ଷ କାଳ ଲିଭ ଇନ୍ ରେ ରହିବା ପରେ ଉଭୟଙ୍କର ବାହାଘର ହୋଇଥିଲା। ବିବାହକୁ ଏତେ ବର୍ଷ ହୋଇଯାଇଥିଲେ ହେଁ ଉଭୟଙ୍କ ମଧ୍ୟରେ ସେହି ପୁରୁଣା ପ୍ରେମ ଆଜି ପର୍ଯ୍ୟନ୍ତ ଜୀବିତ ରହିଛି।

ଆହୁରି ପଢ଼ନ୍ତୁ:- ଚର୍ତୁଥୀ ଠାରୁ ଶକ୍ତି ବର୍ଦ୍ଧକ ବଟିକା ଖାଇ ସମ୍ବନ୍ଧ ରଖୁଥିଲା ସ୍ୱାମୀ, ବାହାଘରର ୭ ଦିନରେ ସ୍ତ୍ରୀର ଚାଲିଗଲା ଜୀବନ, ଜାଣନ୍ତୁ ପୁରା ଘଟଣା