ଅନୁଭବଙ୍କ ଦୁଃଖଭରା ବୟାନ ପରେ ସାନ୍ତ୍ୱନା ଦେଲେ ବାନ୍ଧବୀ ଜାଗୃତି ଶୁକ୍ଳା, କହିଲେ ଅନୁଭବ ତମେ...

 

ଗତ କିଛିଦିନ ତଳେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜ ଦୁଃଖ ବିଷୟରେ ବଖାଣି ଥିଲେ। ବର୍ଷେ ତଳେ ତାଙ୍କ ନିଜ ଘର ଭିତରକୁ ଯିବା ପାଇଁ ତାଙ୍କୁ କିଭଳି ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ପୋଲିସ ପାଖରେ ନେହୁରା ହେବାକୁ ପଡିଥିଲା ସେଥିନେଇ ଅନୁଭବ ଏହି ପୋଷ୍ଟ ମାଧ୍ୟମରେ ଜଣାଇଥିଲେ। ଏଥିସହିତ ସେହି ଦିନର ଏକ ଭିଡ଼ିଓ ପୋଷ୍ଟ ମଧ୍ୟ ସେୟାର କରିଥିଲେ।

ଉକ୍ତ ଭିଡ଼ିଓକୁ ଫେସବୁକରେ ପୋଷ୍ଟ କରିବା ସହ ଅନୁଭବ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini), ସୁପ୍ରିମକୋର୍ଟ ଓକିଲ ଅଶ୍ୱିନୀ ଦୁବେ, ସାମ୍ବାଦିକା ଜାଗୃତି ଶୁକ୍ଲା, ଫିଲ୍ମ ଡାଇରେକ୍ଟର ଦୀପିକା ନାରାୟଣ ଭରଦ୍ୱାଜ ଓ Men’s Day Out ନାମକ ଗଣମାଧ୍ୟମକୁ ମଧ୍ୟ ଟ୍ୟାଗ କରିଥିଲେ। ତେବେ, ଏହି ପୋଷ୍ଟରେ ଅନୁଭବଙ୍କ ସପକ୍ଷରେ କମେଣ୍ଟ ଦେଇଛନ୍ତି ତାଙ୍କ ପ୍ରିୟ ବାନ୍ଧବୀ ତଥା ସାମ୍ବାଦିକା ଜାଗୃତି ଶୁକ୍ଲା।

ଜାଗୃତି ଲେଖିଛନ୍ତି ଯେ,"ଆପଣଙ୍କ ସହ କେବଳ ଓଡିଶା ନୁହଁ ପୁରା ଭାରତ ଅଛି। ଆପଣଙ୍କ ବିରୋଧିମାନେ ଅସୁରକ୍ଷିତ ଓ ଇର୍ଶାନ୍ୱେତ ମନେ କରୁଛନ୍ତି ଏବଂ ସେମାନେ ଅନ୍ୟର ଇଙ୍ଗିତରେ ନାଚୁଛନ୍ତି। ଆପଣ ନିଜ ଘରେ ପଶିବାକୁ ଚାବି ମାଗୁଥିବା ଜାଣି ମୁଁ ହତାଶ ହୋଇଛି। #StopMisuseofWomenCentricLaws। ସେହିପରି ଫିଲ୍ମ ଡାଇରେକ୍ଟର ଦୀପିକା ନାରାୟଣ ଭରଦ୍ୱାଜ ମଧ୍ୟ ଅନୁଭବଙ୍କ ସପକ୍ଷରେ କମେଣ୍ଟ କରିଛନ୍ତି। ସେ ନିଜ ହକ୍ ପାଇଁ ଲଢ଼ିବା ଉଚିତ ବୋଲି ଦୀପିକା ଅନୁଭବଙ୍କୁ କହିଛନ୍ତି।