ଏକ୍ସ ଗାର୍ଲଫ୍ରେଣ୍ଡ ଖୋଲିଲେ ସଲମାନଙ୍କ ବଡ଼ ରହସ୍ୟ, କହିଲେ କାରଣ କାହିଁକି ସଲମାନଙ୍କୁ ସବୁ ଝିଅ ଛାଡିକି ଚାଲି ଯାଆନ୍ତି

 

ବଲିଉଡର ଭାଇଜାନଙ୍କ ଜୀବନ ଏବେ ଖରାପ ସମୟ ଦେଇ ଗତି କରୁଛି। ଗୋଟିଏ ପଟେ ଲରେନ୍ସଙ୍କ ପାଇଁ ସେ ରାତିରେ ଠିକ ସେ ଶୋଇ ପାରୁ ନ ଥିବାବେଳେ ଅନ୍ଯପଟେ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। ସଲମାନ ଖାନଙ୍କୁ ନେଇ ବଲିଉଡ ସୁନ୍ଦରୀଙ୍କ ଚାଞ୍ଚଲ୍ଯକର ବୟାନ। ତେବେ ସଲମାନ ଖାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି। 

ଅନେକ ଥର ସଲମାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କହିଥିବା ସୋମି ଅଲି ଏବେ ସଲମାନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସଲମାନ ଝିଅମାନଙ୍କ ସହ ରାତି କଟାଇବାକୁ ଭଲପାଆନ୍ତି ଓ କୌଣସି ଝିଅ ତାଙ୍କ ସହ ୭ବର୍ଷରୁ ଅଧିକ ରହିପାରନ୍ତି ନାହିଁ ବୋଲି କହିଛନ୍ତି ସୋମି। ଜାତୀୟ ଗଣମାଧ୍ୟମ ଆଇଏଏନଏସକୁ ସାକ୍ଷାତକାର ଦେଇ ସେ କିଛି କହିଛନ୍ତି। 

ଯାହାକୁ, ମୁଁ ବହୁ ବର୍ଷ ଧରି ଅଭିନୟରେ ସକ୍ରିୟ ନଥିଲେ ବି ଆମେରିକାରେ ମୋର ଏନଜିଓ ପାଇଁ କାମ କରୁଛି।  ହେଲେ ଆଜି ବି ଲୋକମାନେ ମୋତେ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଭାବରେ ଜାଣନ୍ତି। ଏହା ମୋ ପାଇଁ ସବୁଠାରୁ ବଡ ଅଭିଶାପ। ମୁଁ ଆମେରିକାରେ ବହୁତ ଭଲ କାମ କରିଛି ଏବଂ ବହୁତ କିଛି ହାସଲ କରିଛି। କିନ୍ତୁ ତଥାପି ଲୋକମାନେ ମୋତେ ସଲମାନ ଖାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଭାବରେ ଚିହ୍ନିଛନ୍ତି। 

ସଲମାନ ୬୦ବର୍ଷର ହେବାକୁ ଯାଉଥିଲେ ବି ମୋ ପଛରେ ପଡ଼ିଛନ୍ତି। ଇଣ୍ଡଷ୍ଟ୍ରିର ଲୋକମାନଙ୍କୁ ମୋ ସହ କଥା ହେବାକୁ ମନା କରୁଛନ୍ତି। ସଲମାନଙ୍କ ସହ ତାଙ୍କ ସମ୍ପର୍କର ବିଷୟରେ ଜଣାଇ ସୋମି କହିଛନ୍ତି - ସଲମାନଙ୍କ ଏକ ଢ଼ାଞ୍ଚା ଅଛି। ସେ ପ୍ରତ୍ୟେକ ଝିଅଙ୍କ ସହିତ ସାତ ବର୍ଷ ରହନ୍ତି। କାରଣ ସଲମାନଙ୍କ ଅସଲ ମୁଖା ବିଷୟରେ ଜାଣିବା ପାଇଁ ସେମାନଙ୍କୁ ୭ବର୍ଷ ଲାଗେ।