ଦେଖନ୍ତୁ ଫୋଟୋ: ବିନା ମେକଅପରେ ଧୋନିଙ୍କ ପତ୍ନୀ ଠାରୁ ଅନୁଷ୍କା ପର୍ଯ୍ୟନ୍ତ ଏଭଳି ଦେଖା ଯାଆନ୍ତି ଏହି କ୍ରିକେଟରମାନଙ୍କ ପତ୍ନୀ

 

ଭାରତୀୟ କ୍ରିକେଟରମାନେ ନିଜ ଦେଶରେ ଯେତିକି ଲୋକପ୍ରିୟ ଅଟନ୍ତି ବିଦେଶରେ ମଧ୍ୟ ସେତିକି ଲୋକପ୍ରିୟ ଅଟନ୍ତି। କ୍ରିକେଟର ମାନଙ୍କ ସହିତ ସେମାନଙ୍କର ସୁନ୍ଦରୀ ପତ୍ନୀମାନେ ମଧ୍ୟ ବିଭିନ୍ନ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ପ୍ରାୟତଃ ମେକଅପ ନେଇ ଲୋକଲୋଚନକୁ ଆସୁଥିବା ଖେଳାଳିଙ୍କ ପତ୍ନୀମାନଙ୍କୁ କେବେ ବିନା ମେକଅପରେ ଦେଖିଛନ୍ତି କି? ତେବେ, ଆସନ୍ତୁ ଦେଖିବା ବିନା ମେକଅପରେ କିପରି ଦେଖାଯାଆନ୍ତି ଏହି ଷ୍ଟାର କ୍ରିକେଟର ମାନଙ୍କ ପତ୍ନୀ:-

୧. ଅନୁଷ୍କା ଶର୍ମା:- ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିବାହ କରିଛନ୍ତି ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା। ବିନା ମେକଅପରେ ମଧ୍ୟ ଅନୁଷ୍କା ବହୁତ ସୁନ୍ଦର ଦେଖାଯାଆନ୍ତି।

୨. ସାକ୍ଷୀ ଧୋନି:- ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ସାକ୍ଷୀଙ୍କୁ ବିବାହ କରିଥିଲେ। ତାଙ୍କର ଜିଭା ନାମକ ଏକ ଶିଶୁ କନ୍ୟା ମଧ୍ୟ ଅଛି। ତେବେ, ବିନା ମେକଅପରେ ସାକ୍ଷୀ ବହୁତ ସୁନ୍ଦର ଦେଖାଯାଆନ୍ତି।

୩. ରୀତିକା ସଜଦେହ:- ହିଟମ୍ୟାନ ରୋହିତ ଶର୍ମାଙ୍କୁ ବିବାହ କରିଥିଲେ ରୀତିକା ସଜଦେହ। ନିଜର ନ୍ୟାଚୁରାଲ ବିୟୁଟି ପାଇଁ ରୀତିକା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି।

୪. ଗୀତା ବସ୍ରା:- ଭାରତୀୟ ଦଳର ପୂର୍ବତନ ସ୍ପିନର ହରଭଜନ ସିଂ ବଲିଉଡ଼ ଅଭିନେତ୍ରୀ ଗୀତା ବସ୍ରାଙ୍କୁ ବିବାହ କରିଛନ୍ତି। ବିନା ମେକପରେ ଗୀତା କିଛି ଏପରି ଦେଖା ଯାଆନ୍ତି।

୫. ହାଜେଲ୍ କିଚ୍:- ଲୋକପ୍ରିୟ କ୍ରିକେଟର ଯୁବରାଜ ସିଂଙ୍କୁ ବିବାହ କରିଛନ୍ତି ହାଜେଲ। ବିନା ମେକଅପରେ ହାଜେଲ କିଛି ଅଲଗା ଦେଖା ଯାଉଛନ୍ତି।