ଜନ୍ମଦିନରେ ଧୋନିଙ୍କୁ ଆଇସିସି ଦେଲା ଏହି ସୁନ୍ଦର ଉପହାର, ଉପହାର ଦେଖି ଧୋନୀ ହୋଇଗଲେ ଖୁସି

ଆଜି ମହେନ୍ଦ୍ର ସିଂ ଧୋନି ୩୮ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନ ପୂର୍ବରୁ ଧୋନିଙ୍କୁ ଆଇସିସି ଏକ ବଡ ଉପହାର ଦେଇଛି, ଯାହାକୁ କ୍ରିକେଟପ୍ରେମୀ ବେଶ୍ ପସନ୍ଦ କରିଛନ୍ତି। ଜନ୍ମଦିନର ପୂର୍ବରୁ ଧୋନିଙ୍କ ପାଇଁ ଆଇସିସି ଏକ ଭିଡିଓ ଜାରି କରିଛି। ଏଥିରେ ବିଶ୍ୱର ଭିନ୍ନ ଭିନ୍ନ ଦେଶର ଖେଳାଳି ଧୋନିଙ୍କ ସମ୍ପର୍କରେ ନିଜର ମତ ଦେଇଛନ୍ତି। ଭିଡିଓରେ ଆଇସିସି ଧୋନିଙ୍କୁ ଏମିତି ଜଣେ ଖେଳାଳି ଭାବେ ବର୍ଣ୍ଣନା କରିଛି ଯାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ ଗର୍ବିତ କରିଛି।
 

ଆଜି ମହେନ୍ଦ୍ର ସିଂ ଧୋନି ୩୮ ବର୍ଷରେ ପାଦ ଦେଇଛନ୍ତି। ଜନ୍ମଦିନ ପୂର୍ବରୁ ଧୋନିଙ୍କୁ ଆଇସିସି ଏକ ବଡ ଉପହାର ଦେଇଛି, ଯାହାକୁ କ୍ରିକେଟପ୍ରେମୀ ବେଶ୍‌ ପସନ୍ଦ କରିଛନ୍ତି। ଜନ୍ମଦିନର ପୂର୍ବରୁ ଧୋନିଙ୍କ ପାଇଁ ଆଇସିସି ଏକ ଭିଡିଓ ଜାରି କରିଛି। ଏଥିରେ ବିଶ୍ୱର ଭିନ୍ନ ଭିନ୍ନ ଦେଶର ଖେଳାଳି ଧୋନିଙ୍କ ସମ୍ପର୍କରେ ନିଜର ମତ ଦେଇଛନ୍ତି।

ଭିଡିଓରେ ଆଇସିସି ଧୋନିଙ୍କୁ ଏମିତି ଜଣେ ଖେଳାଳି ଭାବେ ବର୍ଣ୍ଣନା କରିଛି ଯାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ ଗର୍ବିତ କରିଛି। ଆଇସିସି କହିଛି, ଧୋନି ଏଭଳି ଜଣେ ଖେଳାଳି ଯିଏ ଭାରତର କ୍ରିକେଟର ପରିଭାଷାକୁ ବଦଳାଇ ଦେଇଛନ୍ତି। ଧୋନି କେବଳ ଏକ  ନାଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା।

ଧୋନି ଏମିତି ଜଣେ ଅଧିନାୟକ ଯାହାଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ, ଟି-୨୦ ବିଶ୍ୱକପ, ଚାମ୍ପିୟନ୍‌ସ ଟ୍ରଫି ଜିତିପାରିଛି। ଏହାଛଡା ଭାରତ ଧୋନିଙ୍କ ନେତୃତ୍ୱରେ ଟେଷ୍ଟ ଓ ଦିନିକିଆରେ ମଧ୍ୟ ଏକ ନମ୍ବର ହୋଇପାରିଛି।

ଏହି ଭିଡ଼ିଓରେ ଧୋନିଙ୍କୁ ନେଇ ଅଧିନାୟକ ବିରାଟ କୋହଲି କହିଛନ୍ତି, ଧୋନିଙ୍କୁ ଆପଣମାନେ ଯେଉଁଭଳି ଦେଖୁଛନ୍ତି ସେ ଆଦୌ ସେମିତି ନୁହଁନ୍ତି। କଠିନ ସମୟରେ ଶାନ୍ତ ରହିବା ଓ ଧୌର୍ଯ୍ୟ ଧରି ରହିବା ଧୋନିଙ୍କର ସବୁଠୁ ବଡ ଅସ୍ତ୍ର।

ତାଙ୍କ ଠାରୁ ଅନେକ କିଛି ଶିଖିବାର ଅଛି। ବିରାଟ କହିଛନ୍ତି, ଯେବେ ମୁଁ କ୍ୟାରିୟର ଆରମ୍ଭ କଲି ସେତେବେଳେ ଧୋନି ମୋର ଅଧିନାୟକ ଥିଲେ। ଆଉ ସେ ସବୁବେଳେ ମୋର ଅଧିନାୟକ ହୋଇ ରହିବେ। ମୁଁ ସବୁବେଳେ ତାଙ୍କ ପରାମର୍ଶ ମାନିଥାଏ, ଯାହା ମୋତେ ଆଗକୁ ବଢିବାରେ ସାହାଯ୍ୟ କରିଛି।