ସଫଳତା ପାଇବା ପାଇଁ ଯୌନ ଶୋଷଣର ଶିକାର ହୋଇସାରିଛନ୍ତି ଏହି ୪ ଲୋକପ୍ରିୟ ଅଭିନେତ୍ରୀ, ୧ନମ୍ବରଙ୍କ ନାମ ଜାଣି ଆଶ୍ଚର୍ଯ୍ୟ ହେବେ

ବଲିଉଡ ଆଗରେ କଣ ତାହା ଆମେ ସମସ୍ତେ ଦେଖିଛୁ, ହେଲେ ବଲିଉଡର ରହସ୍ୟ ଦର୍ଶକ ଜାଣି ପାରନ୍ତି ନାହିଁ। ସମସ୍ତଙ୍କର ଧାରଣା ବଲିଉଡର ହିରୋଇନ୍ମାନେ ବିଳାଶପୂର୍ଣ୍ଣ ଜୀବନ ବିତାଇଥାନ୍ତି। ସେମାନଙ୍କ ଜୀବନରେ କୌଣସି ସମସ୍ୟା ନଥାଏ। ହେଲେ ଏହା ସତ ନୁହେଁ। ବହୁ ସମସ୍ୟା ଓ ମାନସିକ ଚିନ୍ତାରେ ଗତି କରିଥାନ୍ତି ବି-ଟାଉନର ଏହି ଷ୍ଟାରମାନେ। ଷ୍ଟ୍ରଗଲ କରି ସଫଳତା ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତି କରିଥାନ୍ତି। ଏପରିକି ବହୁ କ୍ଷେତ୍ରରେ ସେକ୍ସୁଆଲ
 

ବଲିଉଡ ଆଗରେ କଣ ତାହା ଆମେ ସମସ୍ତେ ଦେଖିଛୁ, ହେଲେ ବଲିଉଡର ରହସ୍ୟ ଦର୍ଶକ ଜାଣି ପାରନ୍ତି ନାହିଁ। ସମସ୍ତଙ୍କର ଧାରଣା ବଲିଉଡର ହିରୋଇନ୍‌ମାନେ ବିଳାଶପୂର୍ଣ୍ଣ ଜୀବନ ବିତାଇଥାନ୍ତି। ସେମାନଙ୍କ ଜୀବନରେ କୌଣସି ସମସ୍ୟା ନଥାଏ। ହେଲେ ଏହା ସତ ନୁହେଁ। ବହୁ ସମସ୍ୟା ଓ ମାନସିକ ଚିନ୍ତାରେ ଗତି କରିଥାନ୍ତି ବି-ଟାଉନର ଏହି ଷ୍ଟାରମାନେ। ଷ୍ଟ୍ରଗଲ କରି ସଫଳତା ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତି କରିଥାନ୍ତି। ଏପରିକି ବହୁ କ୍ଷେତ୍ରରେ ସେକ୍ସୁଆଲ ହାରସମେଣ୍ଟ (ଯୌନ ଶୋଷଣ)ର ଶିକାର ହେବାକୁ ମଧ୍ୟ ପଡିଥାଏ ଏହି ହିରୋଇନ୍‌ ମାନଙ୍କୁ। ଆସନ୍ତୁ ଜାଣିବା ଏପରି ହାରାସ୍‌ମେଣ୍ଟର ଶିକାର ହୋଇଥିବା କିଛି ହିରୋଇନ୍‌ଙ୍କ ସମ୍ପର୍କରେ।

ଟ୍ୱିଙ୍କିଲ ଖାନା: ସୁପର୍ ଷ୍ଟାର ରାଜେଶ ଖାନାଙ୍କ ଝିଅ ହେଉଛନ୍ତି ଟ୍ୱିଙ୍କିଲ। ଷ୍ଟାର ପରିବାରରୁ ଆସିଥିବାରୁ ଟ୍ୱିଙ୍କିଲଙ୍କୁ ଷ୍ଟ୍ରଗଲ କରିବାକୁ ପଡ଼ି ନଥିବ ବୋଲି ସମସ୍ତେ ଭାବନ୍ତି। ହେଲେ ଏହା ସତ ନୁହେଁ। ବି-ଟାଉନ୍‌ରେ ତିଷ୍ଠିବା ପାଇଁ ତାଙ୍କୁ ବହୁତ କଠିନ ସମୟର ସାମ୍ନା କରିବାକୁ ପଡିଛି। ଏପରିକି ସେ ସେକ୍ସୁଆଲ ହାରାସମେଣ୍ଟର ମଧ୍ୟ ସ୍ୱୀକାର ହୋଇଛନ୍ତି। ଏକଥା ନିଜେ ଟ୍ୱିଙ୍କିଲ ନିଜର ଏକ ବ୍ଲଗରେ ଉଲ୍ଲେଖ କରିଛନ୍ତି। ଟ୍ୱିଙ୍କିଲଙ୍କ ଅନୁସାରେ ଟିଭିଏଫ୍‌ର ଫାଉଣ୍ଡର ଅରୁନଭ କୁମାର ତାଙ୍କୁ ସେକ୍ସୁଆଲ ହାରାସ୍‌ମେଣ୍ଟ କରିଥିବା ଅଭିଯୋଗ କରିଥିଲେ। ଅରୁନଭ ଟ୍ୱିଙ୍କିଲଙ୍କ ଫୋନ୍‌କୁ ମେସେଜ କରି ବହୁତ ଖରାପ କଥା ଲେଖିଥିଲେ। ଯାହାକୁ ପଢି ସେ କାନ୍ଦି ପକାଇ ଥିଲେ।

କଙ୍ଗନା ରଣାୱତ: ବି-ଟାଉନରେ କଙ୍ଗନା ଏବେ ଜଣେ ସଫଳ ଅଭିନେତ୍ରୀ। ହେଲେ କ୍ୟାରିୟର ଆରମ୍ଭରେ ତାଙ୍କୁ ବହୁତ ଷ୍ଟ୍ରଗଲ କରିବାକୁ ପଡିଥିଲା। ଏହି ସମୟରେ ସେ ବହୁତ ହାରସମେଣ୍ଟର ଶିକାର ହୋଇଥିଲେ। ବିଭିନ୍ନ ସମୟରେ ସାକ୍ଷାତକାର ଦେବା ବେଳେ ଏନେଇ କଙ୍ଗନା ନିଜେ କହିଛନ୍ତି। ଏକଦା ଆଦିତ୍ୟ ପାଞ୍ଚୋଲ ତାଙ୍କୁ ବହୁତ ଶୋଷଣ କରିଥିବା କଙ୍ଗନା ଅଭିଯୋଗ କରିଥିଲେ।

ରବୀନା ଟଣ୍ଡନ: ‘ଟିପିଟିପି ବର୍ଷା ପାନି, ପାନି ମେଁ ଆଗ୍‌ ଲଗା ଦି’ ରାତାରାତି ଷ୍ଟର ବନାଇ ଦେଇଥିଲା ରବୀନା ଟଣ୍ଡନଙ୍କୁ। ହେଲେ ବଲିଡଡ଼ରେ ପ୍ରଥମ ଫିଲ୍ମ ପାଇବା ପୂର୍ବରୁ ତାଙ୍କୁ ମଧ୍ୟ ବହୁ ହାରାସମେଣ୍ଟର ଶିକାର ହେବାକୁ ପଡିଥିଲା। ଏଥିପାଇଁ ବୋଧ ହୁଏ ଯେବେ କେବେ କୌଣସି ମହିଳା ଏପରି ସମସ୍ୟାରେ ପଡିଥାନ୍ତି ଆଉ କିଏ ଥାଆନ୍ତୁ କି ନଥାନ୍ତୁ, ରବୀନା ପାଖରେ ଛିଡା ହୋଇଥାନ୍ତି। ଟିଭିଏଫ୍‌ ମାମଲା ପଦାକୁ ଆସିବା ପରେ ରବୀନା ତାଙ୍କ ସହ କାମ କରିବା ଛାଡି ଦେଇଥିଲେ। ଏପରିକି କଙ୍ଗନାଙ୍କୁ ସମର୍ଥନ କରି ତାଙ୍କ ସହ ଛିଡା ହୋଇଥିଲେ ରବୀନା।

ସୁରବିନ ଚାୱଲା: ହେଟ୍‌ ଷ୍ଟୋରୀର ବୋଲ୍ଡ ହିରୋଇନ ସୁରବିନ ଚାୱଲାଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଶିକାର ହେବାକୁ ପଡିଥିଲା।