ବିବାହ ବାର୍ଷିକୀରେ କ୍ୟାନସର ଆକ୍ରାନ୍ତ ଅଭିନେତ୍ରୀ ରାଜେଶ୍ୱରୀଙ୍କ ଏହି ଇଛାକୁ ପୂରଣ କଲେ ସ୍ୱାମୀ ସଞ୍ଜୟ

ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ଓଡ଼ିଆ ଟେଲିଭିଜନ ଦୁନିଆର ଜଣେ ବହୁ ପରିଚିତ ଚେହେରା। ଅନେକ ସିରିଏଲ୍ ରେ ଦର୍ଶକଙ୍କ ମନ ଜିତି ସାରିଛନ୍ତି। ବର୍ତ୍ତମାନ ସେ ମସ୍ତିଷ୍କ ଓ ଫୁସ୍ଫୁସ୍ଜନୀତ କର୍କଟ ରୋଗରେ ପିଡିତ କାରଣରୁ ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି। ତେବେ ଡିସେମ୍ବର ୯ ରେ ତାଙ୍କ ବିବାହ ବାର୍ଷିକୀ ଥିଲା। ତିନି ବର୍ଷ ତଳେ ଆଜିର ଦିନରେ ସଞ୍ଜୟ ମହାପାତ୍ରଙ୍କ ହାତ ଧରି ବୈବାହିକ ଜୀବନର ଆରମ୍ଭ କରିଥିଲେ ରାଜେଶ୍ବରୀ। ପ୍ରତିବର୍ଷ ଭଳି
 

ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ ଓଡ଼ିଆ ଟେଲିଭିଜନ ଦୁନିଆର ଜଣେ ବହୁ ପରିଚିତ ଚେହେରା। ଅନେକ ସିରିଏଲ୍ ରେ ଦର୍ଶକଙ୍କ ମନ ଜିତି ସାରିଛନ୍ତି। ବର୍ତ୍ତମାନ ସେ ମସ୍ତିଷ୍କ ଓ ଫୁସ୍‌ଫୁସ୍‌ଜନୀତ କର୍କଟ ରୋଗରେ ପିଡିତ କାରଣରୁ ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି। ତେବେ ଡିସେମ୍ବର ୯ ରେ ତାଙ୍କ ବିବାହ ବାର୍ଷିକୀ ଥିଲା।

ତିନି ବର୍ଷ ତଳେ ଆଜିର ଦିନରେ ସଞ୍ଜୟ ମହାପାତ୍ରଙ୍କ ହାତ ଧରି ବୈବାହିକ ଜୀବନର ଆରମ୍ଭ କରିଥିଲେ ରାଜେଶ୍ବରୀ। ପ୍ରତିବର୍ଷ ଭଳି ଏ ବର୍ଷ ବି ରଜେଶ୍ବରୀ ଓ ସଞ୍ଜୟ ସେମାନଙ୍କ ବିବାହ ବାର୍ଷିକୀକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ଘରେ କେକ୍‌ କାଟିବା ପରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସ୍ବାମୀଙ୍କ ସହ ପୁରୀ ଯାଇଛନ୍ତି। ମହାପ୍ରଭୁଙ୍କ ଅବଢ଼ା ଖାଇବାକୁ ରାଜେଶ୍ବରୀ ମନ ବଳାଇବା ପରେ ସଞ୍ଜୟ ତାଙ୍କୁ ପୁରୀ ନେଇ ଯାଇଛନ୍ତି।

ରାଜେଶ୍ବରୀଙ୍କ ସ୍ବାମୀ ସଞ୍ଜୟ ମଧ୍ୟ କହିଛନ୍ତି କି ସେ ତାଙ୍କ ପତ୍ନୀଙ୍କୁ ଖୁବ୍ ଭଲପାଆନ୍ତି। ସବୁ ଜନ୍ମରେ ସେ ତାଙ୍କୁ ହିଁ ପତ୍ନୀ ରୂପେ ପାଇବାର ଇଚ୍ଛା ରଖିଛନ୍ତି। ରଜେଶ୍ବରୀଙ୍କୁ ଜୀବନସାଥୀ ଭାବେ ପାଇ ସେ ନିଜକୁ ଖୁବ୍ ଭାଗ୍ୟଶାଳୀ ଓ ଗର୍ବିତ ଅନୁଭବ କରନ୍ତି।

ସେହିପରି ରାଜେଶ୍ବରୀ କହିଛନ୍ତି, ‘ସଞ୍ଜୟଙ୍କ ସହ ଗୋଟାଏ ଜୀବନ କମ୍‌ ନିଶ୍ଚୟ। ସବୁ ଜନ୍ମରେ ସେ ମୋ ସ୍ବାମୀ ହୁଅନ୍ତୁ।’ ସେମାନଙ୍କର ଏହି ସ୍ବତନ୍ତ୍ର ଦିନରେ ସମସ୍ତ କିଣାକିଣି ରଜେଶ୍ବରୀ ହିଁ କରିଛନ୍ତି। ନିଜ ପାଇଁ ଓ ନିଜ ସ୍ବାମୀଙ୍କ ପାଇଁ ସବୁ ଜିନିଷ କିଣିଥିବା ରାଜେଶ୍ବରୀ କହନ୍ତି ସ୍ବାମୀ ସଞ୍ଜୟ ହିଁ ତାଙ୍କ ପାଇଁ ବଡ଼ ଉପହାର, ସେ ଜନ୍ମଜନ୍ମାନ୍ତର ପାଇଁ ତାଙ୍କର ହୁଅନ୍ତୁ ବୋଲି ଇଚ୍ଛା ରଖିଛନ୍ତି।