ନ କହିକି ସେଲ୍‌ଫି ନେବାରୁ ଯୁବକଙ୍କ ଫୋନ୍ ଛଡାଇ ନେଲେ ସଲମାନ୍, ଆଉ ତାପରେ ଯାହା କଲେ ଜାଣି ଆଶ୍ଚର୍ଯ୍ୟ ହେବେ

ରାଗିଗଲେ ଦବଙ୍ଗ ଖାଁ। ରାଗ ପୁଣି ଏପରି ଯେ ପ୍ରଶଂସକଙ୍କ ହାତରୁ ଫୋନକୁ ଛଡ଼ାଇ ନେଲେ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୋଆ ବିମାନବନ୍ଦର ପରିସରରେ। ପ୍ରଶଂସକଜଣଙ୍କ ସଲମାନ୍ଙ୍କ ସହ ଏକ ଫଟୋ ନେବାକୁ ଚାହୁଁଥିବା ବେଳେ ସେ ରାଗିଯାଇ ତାଙ୍କ ହାତରୁ ଫୋନ ଛଡ଼ାଇଆଣିଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓଟି ହେଉଛି ଗୋଆ ବିମାନବନ୍ଦରର। ଭିଡିଓରେ ଦେଖିବାକୁ ମିଳିଛି ଯେ ବିମାନବନ୍ଦରରେ ସଲ୍ମାନ ଯାଉଥିବା ବେଳେ ତାଙ୍କର ଜଣେ ପ୍ରଶଂସକ
 

ରାଗିଗଲେ ଦବଙ୍ଗ ଖାଁ। ରାଗ ପୁଣି ଏପରି ଯେ ପ୍ରଶଂସକଙ୍କ ହାତରୁ ଫୋନକୁ ଛଡ଼ାଇ ନେଲେ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୋଆ ବିମାନବନ୍ଦର ପରିସରରେ। ପ୍ରଶଂସକଜଣଙ୍କ ସଲମାନ୍‌ଙ୍କ ସହ ଏକ ଫଟୋ ନେବାକୁ ଚାହୁଁଥିବା ବେଳେ ସେ ରାଗିଯାଇ ତାଙ୍କ ହାତରୁ ଫୋନ ଛଡ଼ାଇଆଣିଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି।

ଭିଡିଓଟି ହେଉଛି ‌ଗୋଆ ବିମାନବନ୍ଦରର। ଭିଡିଓରେ ଦେଖିବାକୁ ମିଳିଛି ଯେ ବିମାନବନ୍ଦରରେ ସଲ୍‌ମାନ ଯାଉଥିବା ବେଳେ ତାଙ୍କର ଜଣେ ପ୍ରଶଂସକ ତାଙ୍କ ବିନା ଅନୁମତିରେ ତାଙ୍କ ସହ ସେଲ୍‌ଫି ନେଉଛନ୍ତି। ଏହି ଘଟଣାରେ ସେ ଉତକ୍ଷିପ୍ତ ହୋଇ ପ୍ରଶଂସକଙ୍କ ଫୋନ୍‌କୁ ହାତ ମାରି ତଳକୁ କରି ଦେବା ସହ ଫୋନଟି ଛଡ଼ାଇ ନେଉଛନ୍ତି। ସେହି ସମୟର ଭିଡିଓଟି ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

ଏହାକୁ ଦେଖିବା ପରେ କିିଛି ପ୍ରଶଂସକ ଭାଇଜାନ୍‌ଙ୍କ ଉପରେ ଖପ୍ପା ହୋଇଛନ୍ତି। କ’ଣ ପାଇଁ ଏତେ ଗର୍ବ ବୋଲି ଜଣେ ପ୍ରଶଂସକ ମତ ରଖିଛନ୍ତି। ସେହିଭଳି ଅନ୍ୟଜଣେ କହିଛନ୍ତି, ମୁଁ ଆପଣଙ୍କର ପ୍ରଶଂସକ, ହେଲେ ଏପରି କରିବା ଭୁଲ।ଜାଣିବାକୁ ମିଳିଛି ଯେ ସଲମାନଙ୍କ ସହ ସେଲ୍‌ଫି ନେବାକୁ ଉଦ୍ୟମ କରୁଥିବା ସେହି ଯୁବକ ଜଣକ ବିମାନବନ୍ଦରର ଜଣେ କର୍ମଚାରୀ।

ଏ ନେଇ ବିମାନବନ୍ଦରର ଅଧିକାରୀ କହନ୍ତି, ‘କର୍ମଚାରୀଙ୍କର ଏପରି ଆଚରଣ ନେଇ ଏଯାବତ୍‌ କୌଣସି ଅଭିଯୋଗ ହୋଇନାହିଁ। ସଲ୍‌ମାନ ଏବେ ଗୋଆରେ ନିଜର ଆଗାମୀ ଫିଲ୍ମ ‘ରାଧେ’ର ଶୁଟିଂରେ ବ୍ୟସ୍ତ। ଗୋଟିଏ ପଟେ ବିଗ୍‌ବସ୍‌ ଅନ୍ୟପଟେ ଫିଲ୍ମର ଶୁଟିଂ, ଫଳରେ ସେ ବ୍ୟସ୍ତରେ ରହୁଛନ୍ତି। ଏଣୁ ସଲମାନ ରାଗିଯାଇଛନ୍ତି ବୋଲି କୁହାଯାଉଛି।