କରୋନା ପାଇଁ ସାହାଯ୍ୟର ହାତ ବଢାଇଲେ ଓଡିଆ ଆକ୍ଟର ସବ୍ୟସାଚୀ, ଦାନ କଲେ ଏତେ ଲକ୍ଷ ଟଙ୍କା

ସାରା ବିଶ୍ୱ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ମହାମାରୀ କରୋନା ଭାଇରସ୍। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି। ଭାରତରେ ଏବେ ଯାଏଁ ୭୦୦ରୁ ଉର୍ଦ୍ଧ ଲୋକ ଏହାର ଶୀକାର ହୋଇ ସାରିଲେଣି। ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାର ଦେଶକୁ ଲକ୍ ଡାଉନ ଘୋଷଣା କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ମାନେ ଦେଶ
 

ସାରା ବିଶ୍ୱ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ମହାମାରୀ କରୋନା ଭାଇରସ୍। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି। ଭାରତରେ ଏବେ ଯାଏଁ ୭୦୦ରୁ ଉର୍ଦ୍ଧ ଲୋକ ଏହାର ଶୀକାର ହୋଇ ସାରିଲେଣି। ଏହାକୁ ଦୃଷ୍ଟିରେ ରଖି ମୋଦୀ ସରକାର ଦେଶକୁ ଲକ୍ ଡାଉନ ଘୋଷଣା କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଏପରି ବିପତ୍ତି ସମୟରେ ସେଲିବ୍ରେଟି ଠୁ ଆରମ୍ଭ କରି ରାଜନେତା ମାନେ ଦେଶ ପାଇଁ ଟଙ୍କା ଦାନ କରୁଛନ୍ତି। ତେବେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ନିଜ ସାହାଯ୍ୟର ହାତ ବଢାଇଛନ୍ତି।

ସବ୍ୟସାଚୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏ ନେଇ ସେ ନିଜ ସୋସିଆଲ ମିଡିଆରେ ଜଣାଇଛନ୍ତି। ଚେକ୍ ର ଫଟୋ ପୋଷ୍ଟ କରିଛନ୍ତି। ଏହା ସହ ଆଉ ଏକ ଫଟୋରେ ସେ ଲେଖିଛନ୍ତି ” କରୋନା ଭାଇରସ୍ ସଂକ୍ରମଣ ଓ ସମାଜ ଉପରେ ଏହାର ପ୍ରଭାବ ସମଗ୍ର ମାନବ ଜାତି ପାଇଁ ବିପଦ ସୃଷ୍ଟି କରିଛି ଏଣୁ ଏହି ପରିସ୍ଥିତିରେ ସମସ୍ତେ ଉତିତ୍ ପଦକ୍ଷେପ ନେବାର ସମୟ ଆସିଛି। ଏ ସଂକ୍ରାନ୍ତରେ ପ୍ରାଥମିକ ପଦକ୍ଷେପ ସ୍ବରୂପ ମୁଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରୁଛି। “

ସେ ସ୍ମାଇଲ ପ୍ଲିଜ ଅରଗାନାଇଜେସନ ସହ ମିଶି ସମାଜର ଗରିବ ଶ୍ରମିକ ଓ ଦିନ ମଜୁରିଆ ମାନଙ୍କ ପାଇଁ ଦୈନନ୍ଦିନ ମୌଳିକ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ଏହା ସହ ସମସ୍ତଙ୍କୁ ଲକ୍ ଡାଉନ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି।