ରାଜନେତା ପ୍ରୀତିରଂଜନଙ୍କ ସହ ଅଭିନେତ୍ରୀ ଝିଲିକଙ୍କ ପ୍ରେମ: କେମିତି ହେଲା ଉଭୟଙ୍କ ମଧ୍ୟରେ ପ୍ରେମ! ଜାଣନ୍ତୁ ପ୍ରେମ କାହାଣୀ ବିଷୟରେ

ରାଜନେତା ଅଭିନେତ୍ରୀ ଯୋଡି! ରାଜନେତାଙ୍କ ଜୀବନସାଥୀ ହୋଇଛନ୍ତି ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ଓଲିଉଡ୍ ର ଜଣେ ଜଣାଶୁଣା ଅଭିନେତ୍ରୀ ଝିଲିକ୍ ବିବାହ କରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇଙ୍କୁ। ଦୀର୍ଘ ସାତ ମାସର ଲୁଚାଛପା ପ୍ରେମ ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମାର୍ଚ୍ଚ ୧୨ ତାରିଖରେ ଉଭୟ ଚିଲିକା କୂଳସ୍ଥିତ ସ୍ବସ୍ତି ଚିଲିକା ରିସର୍ଟରେ ବିବାହ କରିଛନ୍ତି। ତେବେ ପ୍ରେମକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ତେବେ ଶୁଣିବାକୁ ମିଳୁଛି ଯେ, ଉଭୟ
 

ରାଜନେତା ଅଭିନେତ୍ରୀ ଯୋଡି! ରାଜନେତାଙ୍କ ଜୀବନସାଥୀ ହୋଇଛନ୍ତି ବଙ୍ଗୀୟ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ। ଓଲିଉଡ୍ ର ଜଣେ ଜଣାଶୁଣା ଅଭିନେତ୍ରୀ ଝିଲିକ୍ ବିବାହ କରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇଙ୍କୁ। ଦୀର୍ଘ ସାତ ମାସର ଲୁଚାଛପା ପ୍ରେମ ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମାର୍ଚ୍ଚ ୧୨ ତାରିଖରେ ଉଭୟ ଚିଲିକା କୂଳସ୍ଥିତ ସ୍ବସ୍ତି ଚିଲିକା ରିସର୍ଟରେ ବିବାହ କରିଛନ୍ତି। ତେବେ ପ୍ରେମକୁ ନେଇ ଏବେ ସବୁଆଡେ ଚର୍ଚ୍ଚା।

ତେବେ ଶୁଣିବାକୁ ମିଳୁଛି ଯେ, ଉଭୟ ଲଭ୍ ବାର୍ଡ ଅନେକ ଦିନ ଧରି ଏକାଠି ରହୁଥିଲେ। ଏପରିକି ଉଭୟେ ଲିଭ୍ ଇନ୍ ରେ ରହୁଥିଲେ , ଉଭୟ ପରିବାର ପକ୍ଷରୁ ଏନେଇ କୌଣସି ଆପତ୍ତି ମଧ୍ୟ ନଥିଲା। ତେବେ ଉଭୟଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବା ପ୍ରସ୍ତାବରେ ଦୁଇ ପରିବାର ସହମତି ଦେବାରୁ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରୀତିରଂଜନଙ୍କୁ ଜୀବନସାଥୀ ଭାବେ ପାଇ ଝିଲିକ ଖୁସି ଥିବା ଗଣମାଧ୍ୟମକୁ କହିଛନ୍ତି।

ଝିଲିକ୍‌ ଙ୍କ କହିବାନୁସାରେ ଏହି ବାହାଘର ତାଙ୍କ ପାଇଁ ଏକ ସରପ୍ରାଇଜ୍‌ ଉପହାର ଥିଲା। ଗତ ଫେବ୍ରୁଆରି ୧୪ ତାରିଖ ଭାଲେଣ୍ଟାଇନ୍‌ ଡେ’ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାରିଖ ସ୍ଥିର ହୋଇନଥିଲା। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର୍‌ ଚର୍ଚ୍ଚା ହେବାରୁ ଦୁହେଁ ଏହାକୁ ଖଣ୍ଡନ କରିବା ସହ ଗୁଜବ ବୋଲି କହିଥିଲେ। ମାତ୍ର ଦୁଇ ଦିନ ତଳେ ଡ୍ୟାନି ଫୋନ୍‌ କରି ଝିଲିକଙ୍କୁ ବିବାହ କରିବେ ବୋଲି କହିଥିଲେ। ତେଣୁ ଏହା କୌଣସି ସର୍‌ପ୍ରାଇଜ୍‌ଠୁ କମ୍‌ ନଥିଲା ବୋଲି ଝିଲିକ୍‌ କହିଛନ୍ତି।