କରୋନା ପାଇଁ ଅଭିନେତ୍ରୀ ରାନୀ ପଣ୍ଡା ଦେଲେ ୫୦,୦୦୦ ଟଙ୍କା, ଜାଣନ୍ତୁ ଦାନ ପରେ କଣ କହିଲେ ରାନୀ

ପୃଥିବୀକୁ ଆସିଥିବା ବିପତ୍ତି କରୋନା ଭାଇରସ ସବୁ ଦେଶର ମେରୁଦଣ୍ଡ ଭାଙ୍ଗି ସାରିଲାଣି। ଭାରତରେ ୭୦୦ ରୁ ଉର୍ଦ୍ଧ୍ବ ଲୋକ ଏହି ରୋଗରେ ସଂକ୍ରମିତ ହୋଇସାରିଲେଣି। ତେବେ ଏହି ବିପତ୍ତି ବେଳେ ସମସ୍ତେ ସହଯୋଗର ହାତ ବଢାଉଛନ୍ତି। ତେବେ ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କ ପରେ ଏବେ ଓଡିଶା ଯଲିଉଡ୍ ର ଆଇଟମ୍ ଗାର୍ଲ୍ ରାନୀ ପଣ୍ଡା ସହଯୋଗର ହାତ ବଢାଇଛନ୍ତି। ସେ ଆଜି ୫୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଏହି ଦାନ
 

ପୃଥିବୀକୁ ଆସିଥିବା ବିପତ୍ତି କରୋନା ଭାଇରସ ସବୁ ଦେଶର ମେରୁଦଣ୍ଡ ଭାଙ୍ଗି ସାରିଲାଣି। ଭାରତରେ ୭୦୦ ରୁ ଉର୍ଦ୍ଧ୍ବ ଲୋକ ଏହି ରୋଗରେ ସଂକ୍ରମିତ ହୋଇସାରିଲେଣି। ତେବେ ଏହି ବିପତ୍ତି ବେଳେ ସମସ୍ତେ ସହଯୋଗର ହାତ ବଢାଉଛନ୍ତି। ତେବେ ଓଲିଉଡ୍ ଅଭିନେତା ସବ୍ୟସାଚୀଙ୍କ ପରେ ଏବେ ଓଡିଶା ଯଲିଉଡ୍ ର ଆଇଟମ୍ ଗାର୍ଲ୍ ରାନୀ ପଣ୍ଡା ସହଯୋଗର ହାତ ବଢାଇଛନ୍ତି। ସେ ଆଜି ୫୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।

ଏହି ଦାନ ପରେ ରାନୀ କହିଛନ୍ତି ‘ମୁଁ ଆପଣଙ୍କର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା। ଏପରି ଘଡିସନ୍ଧି ମୁହୂର୍ତ୍ତରେ ମୁଁ ‘କରୋନା’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସ୍ୱ ଇଚ୍ଛାରେ ୫୦,୦୦୦ ଟଙ୍କା ଦାନ କରିଛି। ଏ ଟଙ୍କା ମୋ’ ଓଡ଼ିଶାର ଅଗଣିତ ଜନତାଙ୍କ ପାଇଁ ଓ ମୋ ଦର୍ଶକବନ୍ଧୁଙ୍କ ପାଇଁ। ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସମସ୍ତେ ଭଲରେ ରୁହନ୍ତି। ସରକାରଙ୍କ ନିୟମ ମାନି ଚଳନ୍ତୁ। ପୁଲିସ ସହ ଝଗଡା ନକରି ତାଙ୍କୁ ସହଯୋଗ କରନ୍ତୁ। ମୁଁ ଆଶା କରୁଛି, ଆମେ ନିୟମ ମାନି ଚାଲିିଲେ ‘କରୋନା’ ଦାଉରୁ ରକ୍ଷା ପାଇପାରିବା।”

କିଛି ଦିନ ତଳେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ତିନି ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରି ଏକ ଉଦାହରଣ ସୃଷ୍ଟି କରିଥିଲେ। କେବଳ ସେତିକି ନୁହେଁ ସାଂସଦ, ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ମଧ୍ୟ ଦାନ କରିବାକୁ ନିବେଦନ କରିଥିଲେ ନବୀନ। ଆଉ ଆଜି ନବୀନଙ୍କ ଅନୁରୋଧକୁ ରକ୍ଷା କରି ରାନୀ ଏତେ ଟଙ୍କା ଦାନ ଆକାରରେ ଦେଇଛନ୍ତି।