ଦେଖନ୍ତୁ ଭିଡ଼ିଓ: ଗଛ ପତ୍ର ଦ୍ୱାରା ମେକ-ଅପ କରୁଛି ମାଙ୍କଡ଼, ଭାଇରାଲ ଭିଡ଼ିଓକୁ ଦେଖିଲେ ହସି ହସି ଗଡ଼ିବେ ଆପଣ

 

ସୋସିଆଲ ମିଡିଆରେ ପ୍ରାୟତଃ ଜୀବଜନ୍ତୁ ମାନଙ୍କର ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। କେତେକ ଭିଡ଼ିଓରେ ସେମାନେ ପରସ୍ପର ମଧ୍ୟରେ ଲଢ଼ୁଥିବାର ଦେଖିବାକୁ ମିଳୁଥିବା ବେଳେ ଆଉ କେତେକ ଭିଡ଼ିଓରେ ସେମାନଙ୍କ ଭିତରେ ଥିବା ଭଲପାଇବା ଦେଖିବାକୁ ମିଳିଥାଏ। ଆମେ ଏବେ ଅପଣଙ୍କୁ ଏହିପରି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ଦୁଇ ମାଙ୍କଡ଼ଙ୍କ ମଧ୍ୟରେ ଦୃଢ଼ ଭଲପାଇବା ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଏହି ଭିଡ଼ିଓଟି କୌଣସି ଏକ ଜଙ୍ଗଲରେ ରେକର୍ଡ଼ କରାଯାଇଥିବା ବେଳେ ଏଥିରେ ଦୁଇଟି ମାଙ୍କଡ଼ଙ୍କୁ ଦେଖିବାକୁ ମିଳୁଛି। ଗୋଟିଏ ମାଙ୍କଡ଼ ଚୁପଚାପ ଶାନ୍ତିରେ ବସିଥିବା ବେଳେ ଅନ୍ୟଟି ଏହାକୁ ସଜାଇବାରେ ବ୍ୟସ୍ତ ଥିବା ଜଣାପଡୁଛି। ମାଙ୍କଡ଼ଟି ସଜାଇବା ପାଇଁ କେତେବେଳେ ସବୁଜ ପତ୍ର ତ କେତେବେଳେ ନାଲି ପତ୍ରର ବ୍ୟବହାର କରୁଛି। ଦେଖନ୍ତୁ ଭିଡ଼ିଓ:-