ବର୍ଷା ଅନୁଭବଙ୍କ ଝଗଡ଼ା ଭିଡିଓ ଭାଇରାଲ, ନିଜ ରୁମରୁ ବର୍ଷାଙ୍କୁ ବାହାରିବାକୁ ଗାଳି କରୁଛନ୍ତି ଅନୁଭବ, ଦେଖନ୍ତୁ ଭିଡିଓ
କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ହାଟରେ ପଡି ଦାଣ୍ଡରେ ଗଡୁଛି। ଦିଲ୍ଲୀ ସାମ୍ବାଦିକା ଜାଗୃତି ସୁକ୍ଳା ବିବାଦକୁ ଟାଣି ହେବା ପରେ ଘଟଣା ଆହୁରି ଜଟିଳ ହୋଇପଡିଛି। ତେବେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଉଭୟ ଯୁକ୍ତି ତର୍କ ହେଉଥିବାର ଦେଖାଯାଉଛି। ଭିଡିଓରେ ବର୍ଷା କହୁଛନ୍ତି, ତମେ ଯାହା କରୁଛ ‘ଅଲ୍ ଦି ବେଷ୍ଟ’। ଜବାବରେ ଅନୁଭବ କହୁଛନ୍ତି, ମୋତେ ତମେ ଅଲ୍ ଦି ବେଷ୍ଟ କହିବା ଦରକାର ନାହିଁ। ମୋ ପାଖରେ ବାପା-ମାଆଙ୍କର ଆଶୀର୍ବାଦ ଅଛି। ପୃଥିବୀରେ କେହି ହରାଇ ପାରିବେନି। ଲକ୍ଷେ ବର୍ଷା ଆସିଲେ ବି ହରାଇପାରିବେନି।