ବିବାହ କରିବାକୁ ଯାଉଛନ୍ତି ଓଡ଼ିଆ ଅଭିନେତ୍ରୀ ଲିପ୍ସା ମିଶ୍ର, ଏହି ପୁଅ ହେବେ ତାଙ୍କ ଜୀବନସାଥୀ

 

ବାହାଘର ଜୀବନର ସବୁଠୁ ବଡ଼ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଯାହା ଜୀବନରେ ଆଣିଦିଏ ଅନେକ ପରିବର୍ତ୍ତନ, ଆଉ ଏହି ପରିବର୍ତ୍ତନର ଧାରାକୁ ଖୁବ୍ ଶୀଘ୍ର ଆପଣାଇବାକୁ ଯାଉଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର। ପୂର୍ବରୁ ଲିପ୍ସା କହିଥିଲେ ସେ ପ୍ରେମ ବିବାହ କରିବାକୁ ଯାଉଛନ୍ତି ତାହାପୁଣି ୩ବର୍ଷ ମଧ୍ୟରେ, ତେବେ ସେ କାହାକୁ ବିବାହ କରିବେ ଏପ୍ରଶ୍ନରେ ଲିପ୍ସା ଟିକେ ବୁଲେଇ ବଙ୍କେଇ ଉତ୍ତର ରଖିଥିଲେ ଯେ, ସେ ନିଜ ଇଣ୍ଡଷ୍ଟ୍ରୀରୁ କାହାକୁ ପସନ୍ଦ କରୁନାହାନ୍ତି ତଥା କୌଣସି କଳାକାରଙ୍କୁ ବିବାହ କରିବା ତାଙ୍କର ଇଛା ନୂହେଁ। ତେବେ ବର୍ତ୍ତମାନ ତାଙ୍କ ଜୀବନ ସାଥୀଙ୍କ ଚେହେରା ସେ ନିଜେ ଆଣିଛନ୍ତି ସମସ୍ତଙ୍କ ସାମ୍ନାରେ।

ଲିପ୍ସାଙ୍କ ଭାବୀ ପତିଙ୍କ ନାମ ହେଉଛି ସିଦ୍ଧାନ୍ତ ମିଶ୍ର। ଯିଏକି ଜଣେ ଆଇନଜୀବୀ ସହ ସିଙ୍ଗର ଥିବା ଜଣାପଡିଛି। ସିଦ୍ଧାନ୍ତଙ୍କ ଜନ୍ମ ଦିନରେ ଲିପ୍ସା ତାଙ୍କ ସହ ଫଟୋ ସେଆର୍ କରି ସେ ସମସ୍ତଙ୍କୁ ତାଙ୍କ ଜୀବନସାଥୀ ବୋଲି କହିଛନ୍ତି। ଏହାଛଡା ସିଦ୍ଧାନ୍ତ ମଧ୍ୟ ଲିପ୍ସାଙ୍କ ସହ ଫଟୋ ପୋଷ୍ଟ କରି ଲାଇଫ ଲାଇନ ଲେଖିଛନ୍ତି। ତେବେ ଆଗାମୀ ଦିନରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଜଣାପଡିଛି। ପୂର୍ବରୁ ଲିପ୍ସା କହିଥିଲେ, ତାଙ୍କର ଜୀବନସାଥୀ ସିନେ,ତଥା ଗ୍ଲାମର ଇଣ୍ଡଷ୍ଟ୍ରୀ ସହ କୌଣସି ସମ୍ପର୍କ ନଥିବ, କାରଣ ଘରେ ଓ ବାହାରେ ସମାନ କଥା ଓ ଘଟଣା ଘଟିବ ବୋଲି ସେ କହିଥିଲେ। 

ଏବେ ଚେହେରା ପ୍ରକାଶ କରିବା ପରେ ସ୍ପଷ୍ଟ ହୋଇଯାଇଛି ଯେ ତାଙ୍କ ଭାବି ସ୍ୱାମୀ କଳାକାର ଇଣ୍ଡଷ୍ଟ୍ରିର ନୁହନ୍ତି। ସୂଚନାଯୋଗ୍ୟ ଲିିପ୍ସା ‘କିଛି ଲୁହ ପିଇଯାଏ ଓଠ ’ ଏବଂ ‘ତୋ ଅଗଣାର ତୁଳସୀ ମୁଁ ’ ଭଳି ମେଗା ଧାରାବହିକରେ ଅଭିନୟ ଆରମ୍ଭ କରି ଦର୍ଶକଙ୍କ ହୃଦୟ ଜିତି ସାରିଥିବା ବେଳେ ସେ ଅନେକ ଓଡ଼ିଆ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଏହାସହ ସେ ହିନ୍ଦୀ ସିରିଏଲରେ ମଧ୍ୟ କାମ କରି ସାରିଛନ୍ତି।