ପୂର୍ବରୁ ମଧ୍ୟ ଏହିସବୁ କାଣ୍ଡ କରି ଚର୍ଚ୍ଚାରେ ରହି ଆସିଛନ୍ତି ଆର୍ୟନ ଖାନ୍, କାରଣ ଗୁଡିକ ଜାଣିଲେ ତାଯୁବ ହେବେ ଆପଣ

 

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ସାମିଲ ଥିବାରୁ ଗିରଫ ହୋଇଛନ୍ତି ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁ। ଡ୍ରଗ୍ସ ସେବନ ଏବଂ ଚୋରା ଚାଲାଣକୁ ନେଇ ପଚରା ଉଚରା କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଅର୍ଯ୍ୟନ ଡ୍ରଗ୍ସ ପାର୍ଟିରେ ସାମିଲ ଥିବା କଥା ଜଣାପଡିବା ପରେ ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛି। ଆର୍ଯ୍ୟନ ପ୍ରଥମ ଥର ପାଇଁ ଏଭଳି ଚର୍ଚ୍ଚାର ପରିସରକୁ ଆସିନାହାନ୍ତି ପୂର୍ବରୁ ଭଲ ଏବଂ ମନ୍ଦ ଉଭୟ କାରଣ ହେତୁ ସେ ଅନେକ ଥର ଚର୍ଚ୍ଚାରେ ରହି ଆସିଛନ୍ତି।

ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏବଂ ଅମିତାଭ ବଚ୍ଚନଙ୍କ ନାତୁଣୀ ନାଭୟା ନାଭେଲିଙ୍କ ଏକ ଫୋଟୋ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ସେମାନେ ଲଣ୍ଡନର ସେଭେନ ଓକ୍ସ ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ସେଠାକାର ଏକ ରେଷ୍ଟୁରାଣ୍ଟରେ ଏକାଠି ନଜର ଆସିଥିଲେ। ଏହାପୂର୍ବରୁ ଏକ MMS ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଥିବା ବାଳକର ଚେହେରା ଠିକ୍ ଆର୍ଯ୍ୟନଙ୍କ ପରି ଦେଖାଯାଉଥିଲା।  ତେବେ ପରେ ସେହି ଭିଡିଓଟି ନକଲି ବୋଲି ଜଣାପଡିଥିଲା।

ଆର୍ଯ୍ୟନ୍ ଖାନ୍ ତାଙ୍କ ପିତା ଶାହାରୁଖ ଖାନଙ୍କ ଫିଲ୍ମ 'କଭି ଖୁସୀ କଭି ଗମ୍'ରେ ଶିଶୁ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ଆର୍ଯ୍ୟନ୍ ଖାନ୍ ୨୦୦୬ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'କଭି ଅଲବିଦା ନା କେହନା'ରେ ମଧ୍ୟ ଏକ ବିଶେଷ ଭୂମିକାରେ ଅଭିନୟ କରିଥିଲେ। 'ଦି ଇନକ୍ରିଡିବଲ୍ସ' ଏବଂ 'ଦି ଲାୟନ କିଙ୍ଗ' (୨୦୧୯) ଭଳି ଚଳଚ୍ଚିତ୍ର ପାଇଁ ଆର୍ଯ୍ୟନ୍ ସ୍ୱର ଦେଇଛନ୍ତି। ଏଥିପାଇଁ ଆର୍ଯ୍ୟନଙ୍କୁ ଶ୍ରେଷ୍ଠ ଡବିଂ ଶିଶୁ ଭଏସ୍ ଆର୍ଟିଷ୍ଟ (ପୁରୁଷ) ଭାବେ ପୁରସ୍କୃତ କରାଯାଇଥିଲା। 

ଆର୍ଯ୍ୟନ୍ ବହୁତ ଭଲ ଗିତାର ବଜାନ୍ତି। ସୋସିଆଲ ମିଡିଆରେ ଆର୍ଯ୍ୟନଙ୍କର ଗିତାର ବଜାଇବା ଏବଂ ଗୀତ ଗାଇବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଆଜିକାଲି ତାଙ୍କର ବଲିଉଡ ଡେବ୍ୟୁକୁ ନେଇ ଅନେକ ଆଲୋଚନା ହେଉଥିଲା। ତେବେ ଖବର ଅନୁଯାୟୀ, ଭଉଣୀ ସୁହାନା ଖାନ ଅଭିନୟକୁ ପସନ୍ଦ କରୁଥିବାବେଳେ ଆର୍ଯ୍ୟନ୍ ଖାନ୍ ନିର୍ଦ୍ଦେଶନା ପ୍ରତି ଆଗ୍ରହୀ ବୋଲି ଜଣାପଡ଼ିଛି।