୨୪ ଦିନ ପରେ ଘରକୁ ଫେରିଲେ ଆର୍ଯ୍ୟନ ଖାଁ, କିନ୍ତୁ, ଜାମିନ ମିଳିବା ପରେ ବି କରିପାରିବେନି ଏହି ୧୪ଟି କାମ, ଜାଣନ୍ତୁ

 

କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଧରାପଡିବା ପରେ ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁକୁ ଏନସିବି ଗିରଫ କରିଥିଲା। ଦୀର୍ଘ ୨୪ ଦିନ ପର୍ଯ୍ୟନ୍ତ ଜେଲରେ ରହିବା ପରେ ଶେଷରେ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ମାନ୍ୟବର କୋର୍ଟ ଗ୍ରହଣ କରି ନେଇଛନ୍ତି। ଆର୍ଯ୍ୟନ ଜେଲରୁ ମୁକୁଳିବା ପରେ ଖାନ୍ ପରିବାର ସହ ଶାହରୁଖଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ତେବେ, ଆର୍ଯ୍ୟନଙ୍କୁ ଜାମିନ ମିଳିଥିଲେ ହେଁ ତାଙ୍କ ଆଗରେ କେତୋଟି କଡା ସର୍ତ୍ତ ରଖାଯାଇଛି।

ସର୍ତ୍ତ ଅନୁଯାୟୀ, ଯଦି ଆର୍ଯ୍ୟନ୍ ଖାନ୍ ପୁନର୍ବାର ଏହି ଅପରାଧରେ ଧରାପଡ଼ନ୍ତି, ତେବେ ତାଙ୍କ ଅସୁବିଧା ବୃଦ୍ଧି ପାଇବ। ଯଦି ଆର୍ଯ୍ୟନ୍ ଖାନ୍ ବ୍ୟକ୍ତିଗତ ଭାବରେ କିମ୍ବା କାହା ମାଧ୍ୟମରେ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି ଏବଂ ପ୍ରମାଣକୁ ନଷ୍ଟ କରନ୍ତି, ତେବେ ତାହା ବିରୋଧରେ ପୁଣି ନୂଆ ମାମଲା ରୁଜୁ କରାଯିବ। ତାଙ୍କୁ ତାଙ୍କର ପାସପୋର୍ଟକୁ କୋର୍ଟରେ ଦାଖଲ କରିବାକୁ ପଡିବ।  କେବଳ ଏତିକି ନୁହେଁ, ଆର୍ଯ୍ୟନଙ୍କୁ ପ୍ରିଣ୍ଟ୍, ଡିଜିଟାଲ୍ କୌଣସି ବି ପ୍ରକାରର ଗଣମାଧ୍ୟମ ସହିତ କଥା ହେବାକୁ ଅନୁମତି ମିଳିନାହିଁ। ବିନା ଅନୁମତିରେ ଆର୍ଯ୍ୟନ କୌଣସି ପ୍ରକାରର ବିଶେଷ ଯାତ୍ରା ମଧ୍ୟ କରିପାରିବେ ନାହିଁ।


ଏଥିସହିତ ଅପରାଧୀଙ୍କ ପରି ଅର୍ଯ୍ୟନ ପ୍ରତି ସପ୍ତାହର ଶୁକ୍ରବାର ଦିନ ଏନସିବି ଅଫିସକୁ ଆସି ହାଜିର ହେବାକୁ ପଡ଼ିବ। ବିନା କୋର୍ଟର ଅନୁମତିରେ ଆର୍ଯ୍ୟନ ସହର କିମ୍ବା ଦେଶ ଛାଡ଼ି ଯାଇପାରିବେ ନାହିଁ। ଏଥିସହିତ ଏହି ମାମଲାକୁ ନେଇ ଯେ କୌଣସି ସମୟରେ ଆର୍ଯ୍ୟନଙ୍କୁ ଏନସିବି କୁ ତଦନ୍ତରେ ସହାୟତା କରିବାକୁ ହେବ। ଏହି ସର୍ତ୍ତାବଳୀ ଗୁଡିକୁ ତାଙ୍କୁ ମାନିବାକୁ ହେବ ଏଥିରେ କୌଣସି ପ୍ରକାର ଖିଲାପ କରିଲେ ଏନସିବି ଏବଂ କୋର୍ଟଙ୍କ ଦ୍ଵାରା ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ରଦ୍ଧ କରି ଦିଆଯିବ ବୋଲି ଜଣାପଡିଛି।