ସଲମାନଙ୍କ ସହ ଯୋଡ଼ି ହେଲା ଆଉ ଜଣେ ଅଭିନେତ୍ରୀ ନାଁ, ଅଭିନେତ୍ରୀ କଲେ ବଡ଼ ଖୁଲାସା, କହିଲେ ସଲମାନ ଆଉ ମୁଁ...

 

ଫିଲ୍ମ ସହିତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ରେ ରହୁଥିବା ଅଭିନେତା ସଲମାନ ଖାନ ପୁଣି ଥରେ ହେଡଲାଇନରେ ରହିଛନ୍ତି। ବାସ୍ତବରେ ହଲିଉଡ ଅଭିନେତ୍ରୀ ସମନ୍ଥା ଲକଉଡ୍ ସଲମାନ ଖାନଙ୍କ ସହ ନଜର ଆସିଛନ୍ତି, ଯାହା ପରେ ସମନ୍ଥା ଲକଉଡ୍ ସଲମାନ ଖାନଙ୍କ ନୂଆ ଗର୍ଲଫ୍ରେଣ୍ଡ ବୋଲି କଳ୍ପନାଜଳ୍ପନା ଚାଲିଛି।

ବାସ୍ତବରେ, ସମନ୍ଥା ଲକ୍ଉଡ୍ ଇଣ୍ଡଷ୍ଟ୍ରିର ଜଣେ ବଡ କାଷ୍ଟିଂ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା। ଯାହା ପରେ ଅଭିନେତ୍ରୀ ଫରହାନ ଅଖତରଙ୍କ ଏକ୍ସେଲ ଏଣ୍ଟରଟେନମେଣ୍ଟ ଅଫିସରେ ମଧ୍ୟ ନଜର ଆସିଥିଲେ। ତେବେ ସମନ୍ଥା ଲକଉଡ୍ ଉପରେ ସମସ୍ତଙ୍କ ଆଖି ସେତେବେଳେ ପଡ଼ିଥିଲା ଯେତେବେଳେ ସମନ୍ଥା ସଲମାନ ଖାନଙ୍କ ସହ ଏକ ବିବାହ ଉତ୍ସବରେ ନଜର ଆସିଥିଲେ, ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

କେବଳ ଏତିକି ନୁହେଁ, ଏହାର କିଛି ସମୟ ପରେ ସମନ୍ଥା ଲକ୍ଉଡ୍ ମଧ୍ୟ ପାନଭେଲର ସଲମାନ ଖାନଙ୍କ ଫାର୍ମହାଉସରେ ଦେଖିବାକୁ ମିଳିଥିଲ। ଯାହା ପରେ ସମନ୍ଥା ଏବଂ ସଲମାନଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଛି ବୋଲି ଗୁଜବ ଆହୁରି ଦ୍ରୁତ ଗତିରେ ବ୍ୟାପିଗଲା। ଅବଶ୍ୟ, ବର୍ତ୍ତମାନ ସମନ୍ଥା ଲକଉଡ୍ ଙ୍କ ବୟାନ ମଧ୍ୟ ଏହି ସମଗ୍ର ପ୍ରସଙ୍ଗରେ ସାମ୍ନାକୁ ଆସିଛି।

ଅଭିନେତ୍ରୀ କହିଛନ୍ତି, 'ମୁଁ ଭାବୁଛି ଲୋକମାନେ ଅଧିକ ଭାବି ଦେଉଛନ୍ତି। ମୁଁ ସଲମାନ ଖାନଙ୍କୁ ଭେଟିଥିଲି, ସେ ବହୁତ ସୁନ୍ଦର ମଣିଷ ଏବଂ ଏ ବିଷୟରେ ମୋତେ କେବଳ ଏତିକି କହିବି ଯେ, ଲୋକମାନେ କେଉଁଠାରୁ ଏବଂ କିପରି ଏହି ସବୁ ବିଷୟରେ ଜାଣନ୍ତି ମୁଁ ବୁଝିପାରୁ ନାହିଁ। ମୋର କହିବାର ଅର୍ଥ ମୁଁ କେବଳ ସଲମାନଙ୍କୁ ଭେଟିନାହିଁ ବରଂ ମୁଁ ହ୍ରିତିକ ରୋଶନଙ୍କୁ ମଧ୍ୟ ଭେଟିଛି କିନ୍ତୁ ଲୋକମାନେ ମୋ ବିଷୟରେ କିଛି କହି ନାହାଁନ୍ତି।