ବଡ ଖବର: ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ କରୋନା ପଜିଟିଭ୍, ତାଙ୍କ ଅବସ୍ଥା…

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏହା ପରେ ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 77 ବର୍ଷୀୟ ଅମିତାଭ ବଚ୍ଚନ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ଅମିତାଭ ବଚ୍ଚନ ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ମୋ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ମୁଁ ସୁସ୍ଥ ଅଛି, ମତେ ଡାକ୍ତରଖାନାରେ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରା ଯାଉଛି। ପରିବାର ଏବଂ ଅନ୍ୟ କର୍ମଚାରୀମାନେ ମଧ୍ୟ ପରୀକ୍ଷା ଦେଇଛନ୍ତି। ଯାହାଙ୍କ
 

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏହା ପରେ ତାଙ୍କୁ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 77 ବର୍ଷୀୟ ଅମିତାଭ ବଚ୍ଚନ ନିଜେ ଏ ବିଷୟରେ ସୂଚନା ଦେଇଛନ୍ତି। ଅମିତାଭ ବଚ୍ଚନ ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ମୋ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ମୁଁ ସୁସ୍ଥ ଅଛି, ମତେ ଡାକ୍ତରଖାନାରେ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରା ଯାଉଛି। ପରିବାର ଏବଂ ଅନ୍ୟ କର୍ମଚାରୀମାନେ ମଧ୍ୟ ପରୀକ୍ଷା ଦେଇଛନ୍ତି। ଯାହାଙ୍କ ଫଳାଫଳକୁ ଅପେକ୍ଷା କରାଯାଇଛି। ଗତ ୧୦ ଦିନରୁ ଯେଉଁମାନେ ମୋର ନିକଟତର ହୋଇଥିଲେ ସେମାନଙ୍କୁ ନିବେଦନ ସେମାନେ ନିଜର ଟେଷ୍ଟ କରାନ୍ତୁ”। ଅମିତାଭ୍ ବଚ୍ଚନଙ୍କ ସହ ପୁଅ ଅଭିଷେକ ବଚ୍ଚନଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି।

ଅମିତାଭ ବଚ୍ଚନ ତାଙ୍କର ଡେଲି ଚେକ ଅପ୍ ପାଇଁ ଲକଡାଉନ ପରେ ଥରେ ମଧ୍ୟ ଡାକ୍ତରଖାନା ଯାଇପାରି ନାହାଁନ୍ତି। ବର୍ତ୍ତମାନ ଯେତେବେଳେ ସବୁକିଛି ସ୍ୱାଭାବିକ ହେଲା ଏବଂ ତାଙ୍କର ଶରୀରରେ କିଛି ସମସ୍ୟା ସୃଷ୍ଟି ହେବାରୁ ଶନିବାର ସନ୍ଧ୍ୟାରେ ତାଙ୍କ ଡାକ୍ତରଙ୍କ ପରାମର୍ଶ ପରେ ସେ ନାନାବତୀ ଡାକ୍ତରଖାନାକୁ ନିୟମିତ ଯାଞ୍ଚ ପାଇଁ ଯାଇଥିଲେ। ଯେଉଁଠାରେ ଟେଷ୍ଟ ପରେ ସେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।