ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ନିହାରିକା ଦାଶ, ଏହି ପୁଅ ହେଲେ ତାଙ୍କ ଜୀବନସାଥୀ

 

ହାତରୁ ଦି ହାତ ହେଇଛନ୍ତି ଅଭିନେତ୍ରୀ ତଥା ଡାଏଟିସିଆନ ନିହାରିକା ଦାଶ। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ। ତାଙ୍କ ଜୀବନସାଥୀ ସ୍ପର୍ଶ ଦୁବାଇରେ ଏକ ବ୍ୟାଙ୍କିଂ ସେକ୍ଟରରେ କାର୍ଯ୍ୟ କରନ୍ତି। ତେବେ ସ୍ପର୍ଶଙ୍କୁ ନିଜ ଜୀବନସାଥି କରି ନିହାରିକା ବେସ୍ ଖୁସି ଅଛନ୍ତି।

ନିହାରିକା ଓ ସ୍ପର୍ଶ କହିଛନ୍ତି କି, ସେମାନେ ଖୁବ ଭଲ ବନ୍ଧୁ ଥିଲେ । ଥରେ ଗୋଟିଏ ପାର୍ଟିରେ ତାଙ୍କର ଦେଖା ହୋଇଥିଲା। ସେଠାରୁ ଚିହ୍ନା ପରିଚୟ ଓ ବନ୍ଧୁତା ହେବା ପରେ ଉଭୟଙ୍କ ବାହାଘର କଥା ପଡିଗଲା। ସେ ତାଙ୍କ ଘର ଓ ବାପାମା'ଙ୍କ ଦାୟିତ୍ଵ ଯେପରି ଭଲରେ ନିଭାଇ ଆସିଛନ୍ତି ସେମିତି ତାଙ୍କ ଶାଶୁଘର ଦାୟିତ୍ଵ ଯେପରି ନିଭାଇ ପାରିବେ ସେଥିପାଇଁ ସମସ୍ତଙ୍କ ଠାରୁ ଆଶୀର୍ବାଦ ପ୍ରାର୍ଥନା କରିଛନ୍ତି।

ନିହାରିକା ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ତୁ କହିବୁ ନାଁ ମୁଁ’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ‘ତରଙ୍ଗ’ରେ ପ୍ରସାରିତ ରିଆଲିଟି ଶୋ 'କିଏ ହେବ ମୋ ହିରୋଇନ୍'‌ରେ ବିଜୟୀ ହେବା ପରେ ନିହାରିକାଙ୍କୁ ଏହି ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା।