ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଆସିଲା ବଡ଼ ଅପଡ଼େଟ୍: ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଡାକ୍ତର କଣ କହିଲେ ଜାଣନ୍ତୁ

 

ଓଡ଼ିଶାବାସୀ ତଥା ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଆସିଛି ଏକ ଅଶ୍ୱସ୍ତିକର ଖବର। କିଛିଦିନ ହେବ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ବରିଷ୍ଠ ଅଭିନେତା ମିହିର ଦାସଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଭଲ ରହିଥିବା ଜଣାଯାଇଛି। ଏହି ଖବର ପାଇବା ପରେ ତାଙ୍କ ପରିବାର ଏବଂ ପ୍ରଶଂସକ ମାନଙ୍କ ମନରେ ଆଶା ଉଜ୍ଜୀବିତ ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମିହିର ଦାସ କିଡନୀ ଜନିତ ସମସ୍ୟା ହେତୁ ଗୁରୁତର ହୋଇ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖା ଯାଇଥିଲା। କିନ୍ତୁ, ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଥିବା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବା ପାଇଁ କିଛି ବିଜେପି ରାଜନେତା ଡାକ୍ତରଖାନା ଯାଇଥିବା ମଧ୍ୟ ଜଣାପଡ଼ିଛି।

ଅନ୍ୟପକ୍ଷରେ ୱିକିପିଡ଼ିଆ ନିଜ ସାଇଟରେ ଗୁରୁବାର ଦିନ ମିହିର ଦାସ ମୃତ ବୋଲି ଉଲ୍ଲେଖ କରିବା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଅବଶ୍ୟ ୱିକିପିଡ଼ିଆ ପରବର୍ତ୍ତୀ ସମୟରେ ନିଜର ଏହି ତ୍ରୁଟିକୁ ସୁଧାରୀ ନେଇଥିଲା। ତେବେ, ମିହିର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଖୁବଶୀଘ୍ର ସିନେ ଜଗତକୁ ଫେରିବେ ବୋଲି ସିନେପ୍ରେମୀମାନେ ଆଶା ବାନ୍ଧିଛନ୍ତି।