କଣ ସତରେ ଲଳିତ ମୋଦିଙ୍କୁ ବିବାହ କରିବାକୁ ଯାଉଛନ୍ତି ସୁସ୍ମିତା ସେନ୍? ମିସ୍ ୟୁନିଭର୍ସ କହିଦେଲେ ବଡ଼ କଥା, ଜାଣନ୍ତୁ

 

ଆଇପିଏଲର ପୂର୍ବତନ ଅଧକ୍ଷ ତଥା ବ୍ୟବସାୟୀ ଲଳିତ ମୋଦି ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି। ତାହା ପୁଣି ଅନ୍ୟ କାହାକୁ ନୁହେଁ ବରଂ ଖୋଦ୍ ମିସ୍ ୟୁନିଭର୍ସ ରହି ସାରିଥିବା ସୁସ୍ମିତା ସେନଙ୍କୁ। ଏଥିନେଇ ଲଳିତ ମୋଦି ଏକ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଥିବା ବେଳେ ପ୍ରଥମ ଟ୍ୱିଟରେ ସେ ସୁସ୍ମିତାଙ୍କୁ ନିଜର ବେଟର ହାଫ୍ ଅର୍ଥାତ ପତ୍ନୀ ବୋଲି ଉଲ୍ଲେଖ କରିଥିଲେ। ଏହି ଟ୍ୱିଟ ପରେ ଲୋକଙ୍କ ମଧ୍ୟରେ ଏଥିନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଅନ୍ୟପକ୍ଷରେ ସୁସ୍ମିତା ମଧ୍ୟ ଏଥିନେଇ ନିଜ ମତ ରଖିଛନ୍ତି।

ଏବେ ଲଳିତ ମୋଦିଙ୍କ ସହିତ ଗଢ଼ି ଉଠିଥିବା ସମ୍ପର୍କକୁ ନେଇ ମଧ୍ୟ ସେ ମୁହଁ ଖୋଲିଛନ୍ତି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସେ ଲେଖିଛନ୍ତି ଯେ,"ମୁଁ ଏକ ଖୁସି ଜାଗରେ ଅଛି। ବିବାହ ନୁହେଁ କି ମୁଦି ନୁହେଁ। ନିସର୍ତ୍ତ ଭଲପାଇବାର ଘେରରେ ଅଛି। ଯ‌ଥେଷ୍ଟ ସଫେଇ ଦେଇଦେଲି। ଏବେ ଜୀବନ ଓ କାମକୁ ଫେରିବାର ବେଳ। ମୋ ଖୁସିକୁ ସର୍ବଦା ବାଣ୍ଟୁଥିବାରୁ ଆପଣମାନଙ୍କୁ ଅନେକ ଧନ୍ୟବାଦ୍‌"।