ପ୍ରକୃତି ମିଶ୍ରଙ୍କ ସପୋର୍ଟରେ ଜାତୀୟ ଗଣମାଧ୍ୟମ! ରାଜ୍ୟ ବାହାରେ ରହିଛି ପ୍ରକୃତିଙ୍କ ସମ୍ପର୍କ ଖୁବ ଭଲ, କାରଣ...

 

ବିଚ୍ ରାସ୍ତାରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମାଡ଼ ଖାଇବା ଘଟଣା ବର୍ତ୍ତମାନ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। କେବଳ ଓଡ଼ିଆ ଗଣମାଧ୍ୟମ ନୁହେଁ ବରଂ ଏହି ଘଟଣାକୁ ଜାତୀୟ ଗଣମାଧ୍ୟମରେ ମଧ୍ୟ ପ୍ରସାରଣ କରାଯାଇଛି। ତେବେ, କିଛି ଜାତୀୟ ଗଣମାଧ୍ୟମରେ ଏହି ଘଟଣାଟିକୁ ଭିନ୍ନ ଏକ ରୂପରେ ପ୍ରସ୍ତୁତ କରାଯାଉଛି। ପ୍ରକୃତି ମିଶ୍ରଙ୍କ ଉପରେ ଅତ୍ୟାଚାର କରାଯାଇଥିବା ନେଇ କିଛି ଜାତୀୟ ଗଣମାଧ୍ୟମ ତାଙ୍କ ସପକ୍ଷରେ ଖବର ପ୍ରସ୍ତୁତ କରିଛନ୍ତି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ରାଜ୍ୟରେ ଏହାର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି। ଓଡ଼ିଶାର ଲୋକେ ପ୍ରକୃତିଙ୍କ ବଦଳରେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତପଥୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। କିନ୍ତୁ, ସମ୍ପୃକ୍ତ ଜାତୀୟ ଗଣମାଧ୍ୟମ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ନ ଜାଣି "ଭୁବନେଶ୍ୱର ବିମାନବନ୍ଦରକୁ ଯିବା ସମୟରେ ରାସ୍ତା ଉପରେ ଜଣେ ମହିଳା ତାଙ୍କୁ ଆକ୍ରମଣ କରିଛନ୍ତି",ବୋଲି ଖବର ପ୍ରସାରଣ କରିଛନ୍ତି।

ବାବୁସାନ ଜାତୀୟ ଗଣମାଧ୍ୟମରେ ସେତେଟା ପରିଚିତ ହୋଇନଥିବା ବେଳେ ପ୍ରକୃତିଙ୍କର ସେଠାରେ ଭଲ ପରିଚୟ ରହିଛି। ତେଣୁ, ଖବରଟି ତାଙ୍କ ସପକ୍ଷରେ ଲେଖା ଯାଇଥିବା ଅନୁମାନ କରାଯାଉଛି। ତେବେ, ଏଭଳି ଖବରକୁ ଓଡ଼ିଆ ଲୋକେ ସହଜରେ ଗ୍ରହଣ କରିପାରି ନାହାଁନ୍ତି।

 ନ୍ୟୁଜଟି ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ କମେଣ୍ଟ ସେକ୍ସନରେ ଲୋକେ ପ୍ରକୃତିଙ୍କୁ ଗାଳି କରିବା ସହିତ ଘଟଣାର ଭୁଲ ତଥ୍ୟ ଦିଆଯାଇଛି ବୋଲି ଲେଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ୨୩ ତାରିଖ ସକାଳୁ ବାବୁସାନ ଏବଂ ପ୍ରକୃତି ଚେନ୍ନାଇ ଅଭିମୁଖେ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ତୃପି ରାସ୍ତାରେ କାରକୁ ଅଟକାଇ ଥିଲେ। ବାବୁସାନଙ୍କୁ କାରରୁ ଟାଣିବା ସହ, ପ୍ରକୃତି ମିଶ୍ରଙ୍କ ଚୁଟି ଭିଡ଼ିଥିଲେ ଓ ଏ ଝିଅ ମୋ ଘର ଭାଙ୍ଗୁଛି ବୋଲି କହିଥିଲେ। ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।